ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଲକଡାଉନକୁ କୋହଳ କରିଛନ୍ତି ସରକାର । କ୍ୟାଟେଗୋରି ବି ରେ ଥିବାରୁ ଭୁବନେଶ୍ୱରରେ ଦିନ ୨ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । ତେବେ ଭୁବନେଶ୍ୱରରେ ଥିବା ବଜାର ଗୁଡିକରେ ଗହଳି ପରିଲକ୍ଷିତ ହେଉଛି । ଲୋକ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନି ।
ଏଭଳି ଅମାନିଆଙ୍କୁ ସାବାଡ୍ କରିବାକୁ ବିଭିନ୍ନ ହାଟରେ ଚଢାଉ କରିଛି ବିଏମସିର ଏନଫୋର୍ସମେଂଟ ସ୍କ୍ୱାଡ୍ । ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ଏନଫୋର୍ସମେଂଟ ସ୍କ୍ୱାଡ୍ ଆଜି କିଟ୍ ହାଟ, ସିରିପୁର, ବରଗଡ଼, ଝାରପଡ଼ା, ୟୁନିଟ୍-୧ ସହ ୟୁନିଟ୍-୪ ମାର୍କେଟରେ ରେଡ୍ କରିଛି । ଚଢାଉ ବେଳେ ଗହଳି ହୋଇଥିବା ଦୋକାନରେ ବ୍ୟବସାୟୀଙ୍କୁ ତାଗିଦ୍ କରାଯିବା ସହ ଆବଶ୍ୟକସ୍ଥଳେ ଜରିମାନା ଆଦାୟ କରାଯାଇଛି ।
