ବିଦ୍ୟୁତ ବିଭାଗର ଅବହେଳା ପାଇଁ ଘଟୁଛି ଦୃଘଟଣା

150

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଏକ ବଡ ଧରଣର ଦୃଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଟ୍ରକ ଡ୍ରାଇଭର । ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା ସମୟରେ ପୋଲେରୁ ନଦୀରେ ଠାକୁରଙ୍କ ନୌକା ବିହାର ବେଳେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ । ପୋଡ଼ଶୀ ଆନ୍ଧ୍ର ପ୍ରଦେଶ ମୋତୁଗୁଡମରୁ ଠାକୁରଙ୍କୁ ଆଣିବାକୁ ପଡିଥାଏ । ଏହି ସମୟରେ ଭକ୍ତମାନେ ଡ଼ଙ୍ଗାରେ ଯିବାବେଳେ ବହୁ ଥର ଦୃଘଟଣା ହୋଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲେରୁ ଠାରେ ଏକ ବ୍ରିଜ ନିର୍ମାଣ ଆରମ୍ଭ କରିଛନ୍ତି ।

ଏହି ବ୍ରିଜ କାମପାଇଁ ଆଜି କାଲିମେଳାରୁ ଠିକାଦାରଙ୍କ ଏକ ଟ୍ରକରେ ପୋକଲିନ ପୋଲେରୁ ଯାଉଥିବାବେଳେ ଆବଶ୍ୟକ ଉଚ୍ଚତା ଠାରୁ ବହୁ ତଳେ ଯାଇଥିବା ବିଦ୍ୟୁତ ତାରରେ ମାନ୍ୟମକୋଣ୍ଡା ଠାରେ ଜେସିବି ଗାଡି ସହ ବିଦ୍ୟୁତ ତାରର ସଂସ୍ପର୍ଶ ହେଇଥିଲା । ତାର ସଂସ୍ପର୍ଶରେ ଆସିବାରୁ ଡ୍ରାଇଭର ଭୀମ କବାସି ବୟସ ୨୨ ବର୍ଷ ଘର କୋଈମେଟଲା ଗୁରୁତର ହେଇ ରାସ୍ତା ଉପରେ ଯାଇ ପଡିଥିଲା । ଏହା ପରେ ଗ୍ରାମବାସୀମାନେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି । ରାଜଗିରିଠାରୁ ପୋଲେରୁ ପର୍ଯ୍ୟନ୍ତ ଯାଇଥିବା ଇଲେକ୍ଟ୍ରି ତାର ଗୁଡିକ ବହୁ ତଳେ ଯାଇଥିବାରୁ ଠିକାଦାର ବଡ଼ ବଡ଼ ଗାଡି ନେବା ସମୟରେ ବହୁ ଥର ଏପରି ହେଉଥିବାରୁ ଏ ସମ୍ପର୍କରେ ବାରମ୍ବାର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରିଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଦୃଷ୍ଟି ଦେଉନଥିବା ଠିକାଦାର ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.