ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

133

-ବିକାଶ ନାମରେ ବିନାଶର ଖେଳକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ପୁରୀ : ପବିତ୍ର ଘୋଷଯାତ୍ରାରେ ତିନି ରଥରେ ଶ୍ରୀଜୀଉ ମାନଙ୍କୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଦର୍ଶନ କରିଛନ୍ତି । ଦର୍ଶନ କରି ଫେରିବା ପରେ ଗଣମାଧ୍ୟମକୁ କରୋନା ମହାମାରୀର ଭୟାବହତା, ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶକୁ ଆଧୁନିକ ମଣିଷ ମାନେ ବିକାଶ ନାମରେ ବିନାଶର ଖେଳ ଖେଳୁଥିବାରୁ ସେ ସମାଲୋଚନା କରିଥିଲେ । ଆଧ୍ୟାତ୍ମିକ ପରିବେଶରେ ସମସ୍ତ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଗଲେ ଏଭଳି ଅବସ୍ଥା ଆସିବ ନାହିଁ । ଜଳ, ସ୍ଥଳ ଓ ପବନ ଆଧୁନିକ ମଣିଷର ପ୍ରୟୋଗଶାଳା ପାଲଟିଥିବାରୁ କରୋନା ପରି ମହାମାରୀ ଆସି ପହଂଚିଛି । ମହାପ୍ରଭୁଙ୍କ କୃପାରୁ କରୋନା ଦୂର ହେବା ପାଇଁ ସେ ପ୍ରାର୍ଥନା କରିଥିଲେ । ବିକାଶ ନାମରେ ବିସ୍ଫୋରକ କାର୍ଯ୍ୟ ଯୋଗୁଁ ପାଣି, ପବନ ପ୍ରଦୂଷିତ ହେଉଛି । ସନାତନ ଧର୍ମର ସିଦ୍ଧାନ୍ତ ଅନୁସାରେ ବିକାଶ ତ୍ୱରାନ୍ୱିତ ହେବା ଉଚିତ୍ । ପୃଥିବୀ ପାଣି ପବନ ଆଜି ପ୍ରଦ୍ୟୁଷିତ । ପ୍ରାଣୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସନାତନ ଧାର୍ମିକ ବିଚାରରେ ପ୍ରଗତି ହେଉ । ଭୂ-ମଣ୍ଡଳ ପୃଥିବୀ ପ୍ରଦ୍ୟୁଷିତ ଯୋଗୁଁ ଏହାର ପ୍ରଭାବ ଚନ୍ଦ୍ର ମଣ୍ଡଳ ଉପରେ ପଡୁଛି । ଯାହା ଫଳରେ ଚନ୍ଦ୍ର କେଇ ମିଟର ଖସି ଆସିଲେଣି । ବିକାଶର ପରିଭାଷା ଧାର୍ମିକ ବିଚାର ଧାରାରେ ରହିଛି । ସୁସଂସ୍କୃତି, ସୁଶିକ୍ଷିତ, ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ପାଇଁ କେଉଁ କେଉଁ ମାର୍ଗ ଦେଇ ବିକାଶ କରିହେବ ଧର୍ମଗୁରୁଙ୍କ ସହ ପରାମର୍ଶ କରିବା ଉଚିତ୍ ।

Leave A Reply

Your email address will not be published.