ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଅନେକ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

151

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଗୁଜରାଟରେ ରେଳପଥର ଅନେକ ପ୍ରମୁଖ ପ୍ରକଳ୍ପ ଉଦଘାଟନ କରି ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ନେଚର ପାର୍କକୁ ମଧ୍ୟ ଉଦଘାଟନ କରିବେ ।

ଏହି ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆକରି ପୁନଃ ବିକଶିତ ହୋଇଥିବା ଗାନ୍ଧିନଗର ରାଜଧାନୀ ରେଳଷ୍ଟେସନ, ଗଜ ପରିବର୍ତିତ ତଥା ବିଦ୍ୟୁତିକୃତ ମେହସାଣା-ବରେଠା ଲାଇନ ଓ ନୂଆକରି ବିଦ୍ୟୁତିତିକରଣ ହୋଇଥିବା ସୁରେନ୍ଦ୍ରନଗର-ପିପାଭାବ ସେକ୍ସନ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ ଯଥା ଗାନ୍ଧିନଗର ରାଜଧାନୀ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ଗାନ୍ଧିନଗର ରାଜଧାନୀ ଓ ବରେଠା ମଧ୍ୟରେ ମେମୁ ସର୍ଭିସ୍ ଟ୍ରେନଗୁଡ଼ିକର ଚଳାଚଳକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

Leave A Reply

Your email address will not be published.