ଟିଟିଲାଗଡ଼ – ଦେଶବ୍ୟାପି ଦୁଇ ସନ୍ତାନ ଆଇନ ପ୍ରଣୟନ ଦାବି ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ଆଲୋକ ନାୟକଙ୍କ ସଭାପତିତ୍ବରେ ସ୍ଥାନିୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏହି ଫାଉଣ୍ଡେସନର ସଦସ୍ୟମାନେ କୋଭିଡ ଗାଇଡ ଲାଇନ ଅନୁଯାୟୀ ରେଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରକୁ ଯାଇଥିଲେ । ସେଠାରେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଗଲା । ଏହି ରେଲିରେ ଫାଉଣ୍ଡେସନର ପ୍ରଭାରୀ ପ୍ରଶାନ୍ତ ଷଡଙ୍ଗୀ, ଉପସଭାପତି ରଶ୍ମି ରଞ୍ଜନ ଖମାରୀ, ସୁନ୍ଦର ଲାଲ ଶର୍ମା, ସମ୍ପାଦକ ଅଶୋକ ମିଶ୍ର, କୁନା ଭାଟି, ଅନ୍ୟ ମାନଙ୍କ ଭିତରେ ସୁନୀଲ ଆଚାର୍ଯ୍ୟ, ଜୈନିକ କୁମ୍ଭାର, ଲିଙ୍ଗରାଜ ନାୟକ, ରମା ଖମାରୀ, ଲଛମନି ବାଗ, ରାଜକୁମାରୀ ମହାନନ୍ଦ, ଆରାଧନାମିଶ୍ର, ବିନୋଦିନୀ ପୁଟେଲ, ଅଂସୁଲତ। ତ୍ରିପାଠୀ, ଜାହ୍ନବୀ ରଣା, ବଚିନି ଗଉଡ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.