ଗର୍ଭବତୀ ମହିଳାଙ୍କୁ ଟିକାଦାନ ଆରମ୍ଭ

157

ଭୁବନେଶ୍ୱର : ରାଜ୍ୟରେ ଆଜି (ଶୁକ୍ରବାର) ଠାରୁ ଗର୍ଭବତୀ ମହିଳାଙ୍କୁ କରୋନା ଟିକାକରଣ ଆରମ୍ଭ ହୋଇଛି । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ ଗର୍ଭବତୀ ମହିଳାମାନଙ୍କୁ ଟିକା କେନ୍ଦ୍ରକୁ ଆସି ଧାଡ଼ିରେ ଠିଆହେବାକୁ ପଡ଼ିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ । ତେବେ ଘରକୁ ଯାଇ ଟିକା ଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । ବର୍ଷକୁ ୯ ଲକ୍ଷ ମହିଳା ଗର୍ଭବତୀ ହେବା ନେଇ ପଞ୍ଜିକରଣ କରନ୍ତି, ତେବେ ସେଥିମଧ୍ୟରୁ ପ୍ରଥମେ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ପାଇଁ ଠାବ କରାଯାଇପାରିବ ।

Leave A Reply

Your email address will not be published.