ଖୋର୍ଦ୍ଧା : ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ଚଢ଼ଉ କରାଯାଇ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । ତା ନିକଟରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ଟା ସମୟରେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ବିଭାଗ ଏସଆଇ ମନୋଜ ବାରିକ, ବାଲୁଗାଁ ଚକ୍ରଧରପୁର ସାହି ନିକଟରେ ଚଢ଼ଉ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛନ୍ତି । ତା ନିକଟରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଗିରଫ ଅଭିଯୁକ୍ତ ଜଣକ ପାଣ୍ଡବ ବେହେରା (୨୮) ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନାମରେ ଏନଡିଏସ ଆକ୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଛି ।