ନୂଆପଡ଼ା : ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।ତେବେ ସିଡିଭିଓ ତ୍ରିଲୋଚନ ଧଳଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ସରକାରୀ ଗାଡ଼ିରେ ଯାଉଥିବା ବେଳେ ସିଡିଭିଓ ତ୍ରିଲୋଚନ ଧଳଙ୍କଠାରୁ ଏହି ଟଙ୍କା ଜବତ ହୋଇଥିଲା। ସିଡିଭିଓ ଜବତ ହୋଇଥିବା ଟଙ୍କାର ହିସାବ ଦେଇପାରିନଥିବା ଜଣାପଡ଼ିଛି। ଭିଜିଲାନ୍ସ ଚଢଉର ଅଧିକ ତଥ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.