ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ୱର ତଥା ରାଜ୍ୟ ରାଜଧାନୀକୁ ଯାତାୟତ କରିବା ପାଇଁ ନୂତନ ରେଳ ଚଳାଚଳ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରି ଅଶ୍ୱିନୀ ବୈଷ୍ଣବଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଚିଠି ଲେଖିଥିବାର ଜଣାଯାଇଛିା ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ୱର ଯାତାୟତ କରିବା ପାଇଁ ବହୁ ଅସୁବିଧା ରହିଥିବା ବେଳେ ରାଜ୍ୟର ରାଜଧାନୀକୁ ବିଭିନ୍ନ କାର୍ଯ୍ୟ ତଥା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ଏବଂ ବିଭିନ୍ନ ମୁଖ୍ୟାଳୟକୁ ଏଠାରୁ ଯିବା ପାଇଁ ନାନାଦି ଅସୁବିଧା ହେଉଛି । ତେଣୁ ୦୮୪୩୪-ପଲାସା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ପାରଳାଖେମୁଣ୍ଡିକୁ ସଂପ୍ରସାରଣ କରାଗଲେ ଅଞ୍ଚବାସୀ ବହୁ ଉପକୃତ ହୋଇପାରିଥାନ୍ତେ ବୋଲି ଜଣାଇଛନ୍ତି । ଉକ୍ତ ୦୮୪୩୩ ଓ ୦୮୪୩୪ ଯୋଡା ଟ୍ରେନ ପଲାସା-ଭୁବନେଶ୍ୱର ଟ୍ରେନ ଭୁବନେଶ୍ୱର ଠାରୁ ସନ୍ଧ୍ୟା ୬.୩୫ ସମୟରେ ଛାଡି ପଲାସାରେ ରାତ୍ର ୧୦.୪୦ରେ ପହଞ୍ଚୁଛି ଏବଂ ସେଠାରେ ରାତ୍ର ରହଣି ପରେ ସେହି ଟ୍ରେନଟି ପୁଣି ତାପର ଦିନ ସକାଳ ୬ ଘଣ୍ଟାରେ ପଲାସାରୁ ବାହାରି ଭୁବନେଶ୍ୱର ସକାଳ ୯.୪୫ ମିନିଟରେ ପହଞ୍ଚୁଛି । ତେଣୁ ଉକ୍ତ ଟ୍ରେନକୁ ପାରଳାଖେମୁଣ୍ଡିକୁ ସଂପ୍ରସାରଣ କଲେ ଲୋକେ ବହୁ ସୁବିଧା ସହକାରେ ଭୁବନେଶ୍ୱର ଯାତାୟତ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନା କରି ପୁଣି ଫେରି ପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏଥିପ୍ରତି ତୁରନ୍ତ କାର୍ଯ୍ୟକାରୀ କରିଲେ ପାରଳାବାସୀଙ୍କ ସମେତ ଅଞ୍ଚଳବାସୀ ବହୁ ଉପକୃତ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.