ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଡୁରିପଦାର ସରକାରୀ ଜମିକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଛି ବିବାଦ । ୨୦୨୦ ମସିହାରୁ ମୁହାଁମୁହିଁ ହୋଇ ଆସୁଥିଲେ ଦୁଇ ଗୋଷ୍ଠୀ, ଅଡବା ଥାନା ପକ୍ଷରୁ ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରାଯାଇଥିଲା ଏବଂ ସେହି ଦିନ ସନ୍ଧ୍ୟାରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଥିଲା । ଏହି ଘଟଣାକୁ ନେଇ ଉପଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଧାୟକ, ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତରେ ଉଭୟ ଗ୍ରାମବାସୀଙ୍କୁ ଡକାଇ ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଝିଲିକି ଗ୍ରାମବାସୀ ବହୁ ବର୍ଷ ଧରି କାତା ନମ୍ବର ୧୨୧ରେ ଚାଷବାସ କରି ଆସୁଥିଲେ । ଗୁଡ୍ରିପଦର ଗ୍ରାମବାସୀ କିଛି ବର୍ଷ ହେଲା ଜବରଦଖଲ କରି ମକା ଲଗାଇଥିଲେ ।
ବିବାଦର ସମାଧାନ ପାଇଁ ଗଡ୍ରିପଦର ଲୋକଙ୍କୁ ଚାଷ ସମୟରେ ଖର୍ଚ୍ଚ ହୋଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଝିଲିକିିବାସୀ ମାଗିଥିଲେ । ପ୍ରଶାସନର ଉପସ୍ଥିତରେ ଚୁକ୍ତିନାମା ହୋଇ କିଚି ଦିନପରେ ମକା ବିକ୍ରିକରି ଟଙ୍କା ଦେଇଥିଲେ । ପୂର୍ବତନ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଜିଲ୍ଲା ପ୍ରଶାସନର ଚିଠି ଅନୁଯାୟୀ ପୋଲିସ ପ୍ରଶାସନର ଉପସ୍ଥିତିରେ ରଙ୍ଗ ବାନା ପୋତିଥିଲେ । ପୁଣି ଏହି ଜମିକୁ ଟ୍ରାକ୍ଟର ଓ ହଳ ଲଗାଇ ଗୁଡ୍ରିପଦର ଗ୍ରାମବାସୀ ଚାଷ କରିବାରୁ ଝିଲିକି ଗ୍ରାମବାସୀ ବିରୋଧ କରିଥିଲେ । ପୁଣି ଥାନାରେ ଅଭିଯୋଗ ହେବାପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଆଶିଷ୍ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର, ରାଜସ୍ୱ ନିରୀକ୍ଷକ ଥବିର ପଣ୍ଡା ଉପସ୍ଥିତ ରହି ଜାଗା ମାପ କରି ରଙ୍ଗ ପତାକା ପୋତିଥିଲେ । ପୋତିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗ୍ରାମସଭା କରି ସମସ୍ୟାର ସମାଧାନ କରାଯିବା ସହ ଜମି ଚିହ୍ନଟ କରାଯିବ ବୋଲି ଅତିରିକ୍ତ ତହସିଲଦାର କହିଥିଲେ ।