ଆକ୍ସନଏଡ଼ ଇଣ୍ଡିଆ ପକ୍ଷରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ୨ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

153

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଆକ୍ସନଏ ଡ଼ ଇଣ୍ଡିଆ ଓ ପୋରୋବର୍ତ୍ତନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଦୁଇଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଅକ୍ସିଜେନ ଅଭାବ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଦୁର୍ଗମ ଚିତ୍ରକୋଣ୍ଡା ଅଞ୍ଚଳରେ ଏହାର ଅଭାବ ଦୂରୀକରଣ ପାଇଁ ଆକ୍ସନଏଡ଼ ଇଣ୍ଡିଆ ଓ ପୋରୋବର୍ତ୍ତନ ଅନୁଷ୍ଠାନର ମିଳିତ ଉଦ୍ୟମରେ ତଥା ସହାୟତାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ୨ଟି ଅକ୍ସିଜେନ କନସେନଟ୍ରେଟର,୧୦୦୦ ଗୋଟି ମାସ୍କ, ୩୦ଟି ଇନ୍ଫ୍ର ଥରମୋ ମିଟର, ୩୦ଟି ପଲ୍ସ ଅକ୍ସିମିଟର, ୧୦୦ ସାନିଟାଇଜର, ୩୦୦ ଟି ଫେସ୍ ଶିଲ୍ଡ,ପିପିଇ କିଟ ପ୍ରଦାନ କରାଯାଇଛି । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ କ୍ଷୀରଦ ଚନ୍ଦ୍ର ମହନ୍ତ, ସାଗର କୁମାର ବାଲା, କିରାଣୀ ରାଜେନ୍ଦ୍ର ପ୍ରସାଦ ଦାସ,ମେଡ଼ିକାଲର ସମସ୍ତ ଷ୍ଟାଫଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆକ୍ସନଏଡ଼ ଇଣ୍ଡିଆର କର୍ମି ଦେବବ୍ରତ ପାତ୍ର,ଶୁଭେନ୍ଦୁ ଦୁର୍ଗା,ପୋରୋବର୍ତ୍ତନ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ ଶୁକ୍ଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.