-ମୋଟ ମୃତ୍ୟୁ ସଂଖ୍ୟା ୭୦୨୧ ହେଲା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୭୦୨୧ ହୋଇ ଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଥିବା ବେଳେ ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରୁ ୮ ଜଣ ଲେଖାଏଁ,ଅଛନ୍ତି । ଯାଜପୁର ଜିଲ୍ଲାରୁ ୭ ଜଣ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି ।
ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।