ଶାଳିଆ ନଈରେ ଭାସିଯାଇ ବୃଦ୍ଧ ନିଖୋଜ

376

ଖୋର୍ଦ୍ଧା : ରବିବାର ଭୁବନେଶ୍ୱର ଶତାବ୍ଦୀ ନଗରରେ ଜଣେ ଛାତ୍ର ଡ୍ରେନରେ ଭାସି ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଆଜି ସମାନ ଢଙ୍ଗରେ ଜଣେ ବୃଦ୍ଧ ଶାଳିଆ ନଈରେ ଭାସିଯାଇ ନିଖୋଜ ଅଛନ୍ତି । ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ ବୃଦ୍ଧଙ୍କ ପତା ମିଳୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ।

ସୂଚନା ମୁତାବକ, ଆଜି ସକାଳ ୬ଟାରେ ମାଣିକପୁର ଗ୍ରାମର ଚରଣ ବେହେରା (୬୦) ଶୌଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ)କୁ ଯାଇଥିଲେ । ହେଲେ ଅସାବଧାନତାବଶତଃ ବୃଦ୍ଧ ଜଣକ ନଦୀର ପ୍ରଖର ଜଳ ସ୍ରୋତରେ ଭାସିଯାଇଛନ୍ତି । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସକାଳ ୭ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଚରଣଙ୍କ ସନ୍ଧାନ ମିଳିପାରିନାହିଁ ।

Leave A Reply

Your email address will not be published.