କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ମରଣ ଯନ୍ତା ପାଲଟିଛି । ପଲମା ଠାରୁ ଥେରୁବାଲି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି । ତାହା କାର୍ଯ୍ୟ ସାରିବାର ୭ ମାସ ପରେ ସେଥିରୁ ପିଚୁ ବାହାରି ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି । ଏହାକୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଯେମିତି ଖାଲଖାମା ସେମିତି ହୋଇ ରହିଯାଉଛି । ଏହି ସ୍ଥାନରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଓ ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଘରେଇ ବସ ଚଳାଚଳ କରୁଥିବା ବେଳେ ଦୁଇ, ତିନି ଓ ଚାରି ଚକିଆ ଯାନବାହାନ ମଧ୍ୟ ଯାତାୟାତ କରୁଛି । ଏହି ରାସ୍ତା ଟି ନିମ୍ନମାନର କରାଯାଇଥିବା ଯୋଗୁଁ ଦବୀ ଯାଉଛି । ଏହି ରାସ୍ତାକୁ ତୁରନ୍ତ ଭଲ ଭାବରେ ମରାମତି କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ରାସ୍ତାର ନିଲାମ (ଟେଣ୍ଡର) କରାଯାଇଛି । ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.