ଜମ୍ମୁ-କାଶ୍ମୀର ପୋଲିସର ସହିଦ୍ ଯବାନ ପରବେଜଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି

151

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ପୋଲିସର ସହିଦ୍ ଯବାନ ପରବେଜ ଅହମ୍ମଦ ଦାରଙ୍କ ଘରକୁ ଯାଇ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଏଭଳି ସାହାସିକତା ପ୍ରଦର୍ଶନ ମୋତେ ଏବଂ ପୁରା ଦେଶକୁ ଗର୍ବିତ କରିଛି ବୋଲି ସେ କହିଛନ୍ତି । ଏଥି ସହିତ ଶ୍ରୀ ଶାହ ସହିଦ୍ ଯବାନ ପରବେଜଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କ ପତ୍ନୀକୁ ସରକାରୀ ଚାକିରୀ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଯେଉଁ ନୂତନ ଜମ୍ମୁ-କାଶ୍ମିରର ପରିକଳ୍ପନା କରିଛନ୍ତି, ତାକୁ ସାକାର କରିବା ପାଇଁ ଜମ୍ମୁ-କାଶ୍ମିର ପୋଲିସ ପୂର୍ଣ୍ଣ ପ୍ରୟାସ ଜାରୀ ରଖିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.