ଦିର୍ଘ ୧୫ ବର୍ଷ ହେଲା ପୋଖରୀକୁ ସଫା କରାଯାଇନି

198

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦୁଇ ନମ୍ଵର ୱାର୍ଡ ପୋଲିସପଡାର ଲୋକମାନଙ୍କ ଗାଧୋଇବା ପାଇଁ ରାଜା ରାଜୁଡା ଅମଳରୁ ଏକ ପୋଖରୀ ରହିଛି । ଏହି ଗୋଟିଏ ପୋଖରୀ ହିଁ ପୋଲିସ ପଡାବାସୀଙ୍କୁ ଗାଧୋଇବା ପାଇଁ ସାହା ହୋଇଛି । ହେଲେ ପୋଖରୀର ପାଣି ବର୍ତ୍ତମାନ ମଇଳା ହୋଇଯାଇଥିବା ବେଳେ ମଇଳା ପାଣି ଗାଧୋଇ ପଡାବାସୀ ଅନେକ ପ୍ରକାର ଚର୍ମ ରୋଗର ଶିକାର ହେଉଛନ୍ତି । ଦିର୍ଘ ୧୫ ବର୍ଷ ତଳେ ଏହି ପୋଖରୀକୁ ସଫା ସୁତୁରା କରାଯାଇଥିଲା । କିନ୍ତୁ ୧୫ ବର୍ଷ ହେଲା ଆଉ ସଫା ସୁତୁରା କରାଯାଉ ନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ପୋଖରୀରେ ଅନେକ ଘାସ ସହିତ ଦଳ ରହିଛି । ବର୍ତ୍ତମାନ ପୋଖରୀକୁ ସଫା କଲେ ପଡ଼ାବାସୀ ଆରାମରେ ଗାଧୋଇ ପାରିବ ବୋଲି କହିଛନ୍ତି । କିନ୍ତୁ ପୋଖରୀକୁ ସଫା କରିବା ପାଇଁ ବାରମ୍ବାର ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ନ ଥିବା ପଡା ବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏବିଷୟରେ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ତାଙ୍କ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରି ନଥିଲା । ଆଗାମୀ ଦିନରେ ପୋଖରୀକୁ ଏନଏସି ପକ୍ଷରୁ ସଫା ନ କଲେ ଏନଏସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.