ଲୁଟେରାଙ୍କ ପୋଲିସ୍ କୁ ଚାଲେଞ୍ଜ

144

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବଢୁଛି ଚୋରି ଏବଂ ରାହାଜାନୀ ସ୍ଥିତି, ଏମିତି ହେଉଛି ଲୋକେ ପଦାକୁ ବାହାରିବା କଷ୍ଟକର ହୋଇପଡିଛି । ସେମିତି ଡେରାବିଶ ବ୍ଲକ ଚାନ୍ଦୋଳ ବଜାରରେ ବାରମ୍ବାର ଲୁଟେରାଙ୍କ ଲୁଟ୍ ଚାଲିଛି । ଦିନ ଦୁଅପ୍ରହରରେ ଲୋକମାନେ ଭୟବିତ ଅବସ୍ଥାରେ ଅଛନ୍ତି । ଯାହା ଫଳରେ ଦୁଇମାସ ଭିତରେ କଳା କନା ବୁଲାଇ ୧ଲକ୍ଷ୍ୟ ୪୮ହଜାର ଟଙ୍କା ଲୁଟି ସାରିଲେଣି ଲୁଟେରା । ଗତ କାଲି ସେମିତି ୫୦୦୦୦ ଟଙ୍କା ଲୁଟେରା ମାନେ ଝାଂପି ନେ଼ଇ ଫେରାର ହୋଇଯାଇଛନ୍ତି । ବାରମ୍ବାର ଚୋରି ରାହାଜାନୀ ବଢିଥିଲେ ମଧ୍ୟ ପୋଲିସ ତାର କିଛି ପତା ପାଉ ନାହିଁ । ଗତ କାଲି ଅପରାହ୍ନ ୪.୫୦ ସମୟର ଚାନ୍ଦୋଳ ପଞ୍ଚାୟତ ପରିସରରେ SBI ଗ୍ରାହକ ସେବା କେନ୍ଦ୍ରରେ ୩ ଜଣ ଦୂର୍ବୁର୍ତ ମାନେ ବନ୍ଧୁକ ଦେଖାଇ ୫୦୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି । ଏପରି ବାରମ୍ବାର ଲୁଟ୍ ହେବା ଦ୍ବାରା ଲୋକମାନେ ବଜାର ଏବଂ ବ୍ୟାଙ୍କ୍ ଆସିବାକୁ ଭୟ କଲେଣି । ବଜାର କମିଟି ତରଫରୁ ସିସିଟିଭି ଲାଗିଥିବା ବେଳେ ଲୁଟେରା ମାନଙ୍କ ଉପରେ କିଛି ପ୍ରଭାବ ପଡୁ ନାହିଁ । ଏଠି ପ୍ରଶ୍ନ ଉଠୁଛି ୫୦୦ ମିଟର ଦୂରରେ ପୋଲିସ ସହାୟତା କେନ୍ଦ୍ର ଥାଇ ମଧ୍ଯ ଏପର୍ଯ୍ୟନ୍ତ କୌଣସି ଲୁଟେରାଙ୍କ ସନ୍ଧାନ ପାଇପରୁନାହିଁ କେମିତି । ଯଦି ପୋଲିସ ଲୁଟେରାଙ୍କୁ ନ ଧରନ୍ତି ତାହାଲେ ବ୍ୟବସାୟୀ ମାନେ କିପରି ନିଜକୁ ସୁରକ୍ଷିତ ମନେ କରିବେ ? ଯଦି ପୋଲିସ ଲୁଟେରା ମାନଙ୍କୁ ଠାବ ନ କରିପାରନ୍ତି ଆଗାମୀ ଦିନରେ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.