ଆଜି ପ୍ରଧାନମନ୍ତ୍ରୀଙ୍କ ଉତରପ୍ରଦେଶ ଗସ୍ତ ଓ ପୂର୍ବାଂଚଳ ଏକ୍ସପ୍ରେସ ୱେ ଉଦଘାଟନ

155

-ସୁଲତାନପୁର ଜିଲ୍ଲାରେ ନିର୍ମିତ ୩.୨ କିମି ଏକ୍ସପ୍ରେସ ୱେ ଏୟାର ଷ୍ଟ୍ରୀପରେ ପ୍ରଧାନମନ୍ତ୍ରୀ ନିରୀକ୍ଷଣ କରିବେ ଏୟାର ସୋ

ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତର ପ୍ରଦେଶ ଗସ୍ତ କରି ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଂଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେରେ ନିର୍ମିତ ୩.୨ କିଲୋମିଟ ଦୀର୍ଘ ଏୟାର ଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ । କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି ।

୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉତର ପ୍ରଦେଶର ପୂର୍ବଭାଗର ଆର୍ôଥକ ବିକାଶରେ ବିଶେଷ ସହାୟକ ହେବ । ଏହି ଭାଗରେ ଲକ୍ଷ୍ନୌ, ବାରାବାଙ୍କୀ, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଅଜମଗଡ, ମାଉ ଓ ଗାଜିପୁର ଜିଲ୍ଲାମାନ ରହିଛି ।

Leave A Reply

Your email address will not be published.