ମାଲକାନଗିରି : କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ମାଲକାନଗିରି ବ୍ଲକ ଠାରେ ବିଜୁ ମହିଳା, ବିଜୁ ଯୁବ ଏବଂ ବିଜୁ ଛାତ୍ର ଜନତା ଦଳର ଆହ୍ବାନ କ୍ରମେ ଗଣ ଧାରଣ ଓ ବିକ୍ଷବ ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି ।
ଏହି ପରିପ୍ରେକ୍ଷୀରେ ମାଲକାନଗିରି ବସଷ୍ଟାଣ୍ଡଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ମାଲକାନଗିରି ମୁନିସିପାଲିଟି ଏବଂ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଥିଲେ । ବ୍ଲକ କାଯ୍ୟାଳୟ ସମ୍ମୁଖରେ ବିକ୍ଷବ ପ୍ରଦର୍ଶନ ପରେ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ନେତୃ ମଣ୍ଡଳୀ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାରଙ୍କ ଜନ ମାରଣ ନିତି ଓ ଅତ୍ୟାବଶ୍ୟକ ସାମଗ୍ରୀ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ହ୍ରାସ ଦାବି ସହ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ମାଲକାନଗିରି ମୁନିସିପାଲିଟିର ନିର୍ବାହୀ ଅଧିକାରୀ ଏବଂ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ତଥା ମାଲକାନଗିରି ନିର୍ବାଚନ ମଣ୍ଡଳୀ ଦାଇତ୍ୱରେ ଥିବା ପର୍ଯ୍ୟବେକ୍ଷକ ପ୍ରକାଶ କୁମାର ଡାଙ୍ଗ’ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇ ଯାଇଥିବା ଏହି ଗଣ ଧାରଣା ଓ ବିକ୍ଷବ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ପୂର୍ବତନ ବିଧାୟକ ମାନସ ମାଡକାମୀ ଜିଲ୍ଲା ମହିଳା ସଭାନେତ୍ରୀ ସୁକାନ୍ତି ବୁରୁଦା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଯୁବ ନେତା ଜି.ଶ୍ରୀନିବାସ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଡାନିଆଲ ପୋଟଲା, ବ୍ଲକ ଅଧକ୍ଷ ଅକ୍ଷୟ ନାୟକ, ମାଲକାନଗିରି ବ୍ଲକ ସଭାପତି ବିଭାନ୍ସୁ ସାମଲ, ବିଜୟ ବୁରୁଦା,ଛାତ୍ର ସଭାପତି ତାପସ ରଞ୍ଜନ ନାୟକ, କଣ୍ଟେଶ୍ୱର ପୋଟଲା, ହେମନ୍ତ ପଟ୍ଟନାୟକ, ନିତିନ ଵାଲା, ଗୌତମ ଦାସ, ଜିଲ୍ଲା ପରିଷଦ ସଭ୍ୟ। ଦୟନା ତାଙ୍ଗୁଲୁ,ମୁସ୍କାନ ଦେବନାଥ, ନିର୍ମଳା ଏକକା, ଜିଲ୍ଲା ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋୟି,ଦୁଲାଲି ଥଣ୍ଡର,ସୁନୀଲ ସାହୁ, ରାଜୀବ ଲୋଚନ ସୀସା, ରବି ରାଜେଶ, ଲଷ୍ମୀ କାନ୍ତ ପୂଜାରୀ, ବାବୁ ଗୁପ୍ତା, ବଳିଆ ଭଞ୍ଜ ପ୍ରମୂଖଙ୍କ ଉପସ୍ଥିତିରେ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଓ ସମସ୍ତ ମହିଳା ଯୁବ ଛାତ୍ର ନେତୃ ବୃନ୍ଦ ଙ୍କୁ ନେଇ ରନ୍ଦନ ଗ୍ୟାସ, ତୈଳ, ଖାଉଟୀ ସାମଗ୍ରୀ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରବୃଦ୍ଧି ପ୍ରତିବାଦରେ ଶୋବାଯାତ୍ରାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post