ଏଣ୍ଡେମିକ୍ ଆଡକୁ ଗତି କରୁଛି କରୋନା

179

ଭୁବନେଶ୍ୱର : ବିଶେଷଜ୍ଞମାନେ କହୁଛନ୍ତି ଯେ, ସଂକ୍ରମଣ କମ ହେବା ସହ କରୋନା ଏବେ ‘ଏଣ୍ଡେମିକ୍’ ଆଡକୁ ଗତି କରୁଛି । ତେବେ କୋଭିଡ ଯଦି ନିଜର ଭାରିଆଂଟ ପରିବର୍ତନ କରେ ତେବେ ବିପଦ ଆସିପାରେ । ବିଦେଶରେ ନୂଆ ଭାରିଆଂଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ ରହିଛି । ନୂଆ ଭାରିଆଂଟ ବିଷୟରେ ଜାଣିବା ପାଇଁ ନିରନ୍ତର ପରୀକ୍ଷା କରାଯାଉଛି । ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ ଏବଂ ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏବେ କରୋନାସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମ ରହିଛି । ତେବେ ଏହା ଯେମିତି ଆଗାମୀ ଦିନରେ ଆହୁରି କମିବ ସେ ନେଇ ସରକାର ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି । ଆଖ ପାଖ ଦେଶରୁ କୋଭିଡ ସଂକ୍ରମିତ ଆମ ଦେଶକୁ ଆସିବା କାରଣରୁ ଆମ ଦେଶ ବି ପ୍ରଭାବିତ ହେଉଥିଲା । ହେଲେ ଏବେ କରୋନା ସଂକ୍ରମିତ ଅଧିକ ଥିବା ଦେଶକୁ ଯାତାୟତ କରିବା ଉପରେ କଟକଣା ଲାଗିଥିବାରୁ ସଂକ୍ରମଣ କମ ରହୁଛି ।

ସେହିପରି ଶିକ୍ଷାନୁଷ୍ଠାନରେ ଏବେ କୋଭିଡ କଟକଣା କଡାକଡି କରାଯାଇଥିବା ସହ ଆମର ପ୍ରତି ଅଂଚଳରେ ସର୍ଭିଲାନ୍ସ ଟିମ ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.