ଦିର୍ଘ ୧୪ ବର୍ଷ ପରେ କନ୍ଧମାଳ ଦଙ୍ଗା ମାମଲାର ରାୟ ପ୍ରକାଶ : ଘଟଣାର ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

155

କନ୍ଧମାଳ : ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ଘଟଣା ସମୟରେ ଦାରିଙ୍ଗବାଡ଼ି ଥାନା ଲଦପଙ୍କା ଚର୍ଚ୍ଚ ଓ ୱାର୍ଲଡ ଭିଜନ ଏନଜିଓ ଅଫିସକୁ କିଛି ଦୁର୍ବୁତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବା ମାମଲାର ବିଚାରଣ ଘଟଣାର ୧୪ ବର୍ଷ ପରେ ରାୟ ପ୍ରକାଶ ପାଇଛି । ଏଥିରେ ଜଡ଼ିତ ଥିବା ୫୬ ଜଣ ଅଭିଯୁକ୍ତଙ୍କୁ ବିଚାରପତି ଗଗନ ସାହୁ ସାକ୍ଷ୍ୟ ପ୍ରମାଣ ଆଧାରରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଘଟଣା ସଂକ୍ରାନ୍ତରେ ଦାରିଙ୍ଗବାଡି ଥାନାରେ କେଶ ନମ୍ବର ୧୨୨/୦୭ ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା ବେଳେ ଏହି ମାମଲାରେ ୫୬ ଜଣଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ତେବେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ବିଚାରପତି ଗଗନ ସାହୁ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଉର୍ଦ୍ଧ୍ବ ସାକ୍ଷୀ ମାନଙ୍କ ବୟାନରେ ତାଳମେଳ ଅଭାବରୁ ମାମଲାର ରାୟ ଶୁଣାଇ ୫୬ ଜଣଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.