ବିଧାନସଭା ସଚିବ କରୋନା ପଜିଟିଭ୍

175

ଭୁବନେଶ୍ୱର : ବିଧାନସଭାରେ ପଶିଛି କରୋନା । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସଚିବଙ୍କ ପିଏସ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବିଧାନସଭାରେ କୋଭିଡ ବାହାରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ବିଧାନସଭା ସଚିବଙ୍କ ସମେତ ଅନ୍ୟ ଦୁଇ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେ ମାନେ ଆସିଥିବାରୁ ଆମର ଆଂଟିଜେନ ଟେଷ୍ଟ କରାଇଥିଲୁ । ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଆଜି ଆଂଟିଜେନ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ସେହିପରି ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକ ମାନଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଆରଏମଆରସି ନିର୍ଦେଶିକାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛି ବୋଲି କହିଛନ୍ତି ବାଚସ୍ପତି ।

Leave A Reply

Your email address will not be published.