ସବୁ ସ୍କୁଲ କଲେଜରେ କରୋନା ଟେଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି

185

ଭୁବନେଶ୍ୱର : ଓମିକ୍ରନ୍ ର ଭୟାଭୟତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ରେ ଆରଟିପିସିଆର ଟେଷ୍ଟ କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପିଲାମାନଙ୍କ ସୁରକ୍ଷର ପାଇଁ ସ୍କୁଲ ମାନଙ୍କରେ ବିଏମସି ର କରୋନା ଟେଷ୍ଟିଂ କୁ ଆୟୋଗ ସ୍ୱଗତ କରିବା ସହ ସାରା ରାଜ୍ୟରେ ଏଭଳି ଅଭିଯାନ କରିବାକୁ ସେ କହିଛନ୍ତି ।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ ଟୀକା ନନେଇଥିବାରୁ ଶିଶୁ ମାନଙ୍କ କ୍ଷେତ୍ରରେ ବିପଦ ରହିଛି । ଯେତେଶୀଘ୍ର ସମ୍ଭବ କେନ୍ଦ୍ର ସରକାର ଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଶିଶୁ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରନ୍ତୁ ବୋଲି ଆୟୋଗର ଅଧ୍ୟକ୍ଷା କହିଛନ୍ତି ।

Leave A Reply

Your email address will not be published.