ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପଡିଆ ବ୍ଳକ ଅଞ୍ଚଳରେ ବୋହିଯାଇଥିବା ସାବେରୀ ନଦୀ, ନାଳ ଓ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ମାଫିଆ ମାନେ ବାଲି ଓ ପଥର ଚୋରା ଚାଲାଣ ଚଳାଇଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇ ରାଜସ୍ୱ ସଂଗ୍ରହ କରାଯାଉଥିଲେ ମଧ୍ୟ ଚାଲାଣକାରୀ ଏହାକୁ ହେୟଜ୍ଞାନ ମନେ କରୁଥିଲେ । ତେବେ ଆଜି ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଓ ପଥର ଚାଲାଣ ହେଉଥିବା ନେଇ ରାଜସ୍ୱ ବିଭାଗକୁ ଖବର ମିଳିବା ପରେ ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର କେ ଚୀନା ରାଓ ଓ ପଡ଼ିଆ ରାଜସ୍ୱ ନିରୀକ୍ଷକ ଚିନ୍ମୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଶାବେରୀ ନଦୀ କୂଳରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ ୪ଟି ବାଲି ଗାଡି ଓ କତାଗୁଡା ଗ୍ରାମ ନିକଟରୁ ଏକ ପଥର ବୋଝେଇ ଟାକ୍ଟର ଜବତ କରିଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଜବତ ଟ୍ରାକ୍ଟର ଠାରୁ ୩୫ ହଜାର ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ଆହୁରି ରାଜସ୍ୱ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଥିବା ରାଜସ୍ଵ ବିଭାଗ ପକ୍ଷରୁ କୁହାଯାଇଛି । ଜବତ ଗାଡି ଗୁଡିକୁ ପୋଲିସ ହେପାଜତରେ ରଖାଯାଇଥିବା ବେଳେ ଅବଶିଷ୍ଟ ରାଜସ୍ୱ ସଂଗ୍ରହ ପରେ ଗାଡିକୁ ଛଡାଯିବାର ବିଭାଗ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.