ବାଲିଗୁଡା ଜେଲ୍ ଭିତରୁ ହତ୍ଯା ଅପରାଧରେ ଦଣ୍ଡ ଭୋଗୁଥିବା କଏଦୀ ଫେରାର

164

କନ୍ଧମାଳ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର। ଦିନ ଦି ପହରରେ ପୋଲିସକୁ ଚକମା ଦେଖାଇ ଫେରାର ହେଲେ କଏଦୀ ।ସୂଚନାଯୋଗ୍ୟ ଯେ କଏଦୀ ଜଣକ ରହୁଥିବା ସେଲ ର ଝରକା ରୁ ଗ୍ରୀଲ କାଟି ଫେରାର ହୋଇଥିବା ଜଣା ପଡ଼ିଛି। ସଂଧ୍ୟା ବେଳେ କଏଦୀ ଗଣନା ହେବାରୁ ଜଣେ କଏଦୀ ଅନୁପସ୍ଥିତ ଥିବା ଜଣାପଡିଥିଲା । ଫେରାର ଅଭିଯୁକ୍ତ ହେଲେ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ ବୟସ ୩୮ବର୍ଷ ହେବ ବୋଲି ଜଣା ପଡିଛି କଏଦୀ ଜଣକ ହତ୍ୟା ଘଟଣାରେ ଦେଢ଼ ବର୍ଷ ହେବ ଜେଲ ରେ ଥିଲେ । କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲିଥିବା ବେଳେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଜେଲ ଚାରିପାଖରେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି କଏଦୀ ଚମ୍ପଟ ମାରିଲେ ସୁରକ୍ଷା ଉପରେ ଅଙ୍ଗୁଳି ନିର୍ଧେସ କରୁଛି । ଏହିଘଟଣା ରେ ବାଲିଗୁଡା ଆଇଆଇସି ଜେଲେ କୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ପୂର୍ବରୁ ମଧ୍ୟ ଜେଲ ଗାଡ଼ିରୁ ଜଣେ କଏଦୀ ଚମ୍ପଟ ମାରିଥିବା ବେଳେ ଏବେ ପୁଣି ଜଣେ କଏଦୀ ଫେରାର ହେବା ଜେଲ କର୍ତ୍ତୃପକ୍ଷଙ୍କ ଉପରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଫେରାର କଏଦୀ ଟୁକୁନା କିପରି ଭାବରେ ଚମ୍ପଟ୍ ମାରିଲା ଏବଂ ସେ କେଉଁଠି ଅଛି ଏହି ସବୁର ତଦନ୍ତ ଜାରି ରହିଛି ବୋଲି ବାଲିଗୁଡା ଥାନା ଅଧିକାରୀ ବାବାଶଙ୍କର ଶରାଫ କହିଛନ୍ତି ।

Leave A Reply

Your email address will not be published.