ମୌଳିକ ସୁବିଧାରୁ ବଞ୍ଚିତ ବେହେରା ଗାଁ: ଭୋଟ ବର୍ଜନ ନିଷ୍ପତ୍ତି

163

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବେହେରା ଗାଁ ଠାରେ ବେହେରା ଗାଁ ଗ୍ରାମ ପଞ୍ଚାୟତ ଯୁବମଞ୍ଚର ସଭାପତି ଅନନ୍ତ ଦିଗାଲଙ୍କ ସଭପତିତ୍ୱରେ ଶତାଧିକ ଗ୍ରାମବାସୀ ପୁରୁଷ ମହିଳା ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମର ବୁଦ୍ଧିଜୀବୀ ମାନଙ୍କ ଜରିଆରେ ନିଷ୍ପତ୍ତି ନିଆଯାଇଛି ଯେ ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ଭୋଟ ବର୍ଜ୍ଜନ କରିବେ ୨୮୦୦ ଭୋଟର ଯାହାକି ୧୩ଟି ୱାର୍ଡକୁ ନେଇ ଗଠିତ ଏହି ଅଞ୍ଚଳ।ସୂଚନାଯୋଗ୍ୟ ଯେ ନେତା ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନକୁ ଦରଖାସ୍ତ ଦେଇ ଦେଇ ଗୁହାରି କରି ମଧ୍ଯ କିଛି ଲାଭ ହେଲାନି ଶେଷରେ ନିଷ୍ପତ୍ତି ନେଲେ ଏପରି।ଏହାର କାରଣ

ବେହେରାଗାଁ ଗ୍ରାମ ପଞ୍ଚାୟତ ଟିକାବାଲି ପଞ୍ଚାୟତ ସମିତିରେ ଥିଲା ଆଜିକୁ ୧୨ ବର୍ଷ ହେବ ଚକାପାଦ ସମିତିରେ ମିଶିବା ପରେ ମଧ୍ୟ ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ବର୍ତ୍ତମାନ ଟିକାବାଲି ପଞ୍ଚାୟତ ସମିତିର ଅଧୀନରେ ଚାଲୁଅଛି । ଏହି ଗାଁ ଚକାପାଦ ପଞ୍ଚାୟତରେ ମିଶିବାଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମ ବାସୀ। ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ଚାହୁଛନ୍ତି ପୁନର୍ବାର ବେହେରାଗାଁ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରେ ସାମିଲ କରିବା ପାଇଁ। ପ୍ରଶାସନ ମଧ୍ୟ

ବେହେରାଗାଁ ଗ୍ରାମ ପଞ୍ଚାୟତ ସମସ୍ତ ଜନସାଧାରଣଙ୍କର ବିନା ଅନୁମତିରେ ସଭା ସମିତି ନକରେଇ ବେହେରାଗାଁ ଗ୍ରାମ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରୁ ବାଦ ଦେଇ ଚକାପାଦ ପଞ୍ଚାୟତ ସମିତିରେ ସାମିଲ କରାଯାଇଅଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବେହେରାଗାଁ ଗ୍ରାମବାସୀ ଜନସାଧାରଣ ବିଶେଷ ଭାବରେ ଡାକ୍ତରଖାନା ତହସିଲ କାର୍ଯ୍ୟ।ଳୟ,ଘୁ.ଉଦୟଗିରି ବିଧାନ ମଣ୍ଡଳରେ ବିଶେଷ ଅସୁବିଧା ସୃଷ୍ଟି ହେଉଅଛି । ତେଣୁ ବେହେରାଗ୍ରାମ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତି ସାମିଲ କରାଯାଉ । ନଚେତ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ଭୋଟବର୍ଜ୍ଜନ ସହ ରାଜରାସ୍ତାକୁ ଓହ୍ଲେଇବାକୁ

ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛି ବେହେରା ଗାଁ ଗ୍ରାମ ପଞ୍ଚାୟତ ଯୁବମଞ୍ଚ।

Leave A Reply

Your email address will not be published.