କନ୍ଧମାଳ : କନ୍ଧମାଳ ଜିଲ୍ଲା ରେ ଶୀତର ପ୍ରକୋପ ଦିନକୁଦିନ ବଢିବାରେ ଲାଗିଛି । ଜିଲ୍ଲା ସଦରମହକୁମା ଫୁଲବାଣୀର ସମେତ ଡ଼ିଶାର କାଶ୍ମୀର ଭାବରେ ପରିଚିତ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡ଼ି ଅଂଚଳରେ ଆଜି ତୁଷାରପାତ ଦେଖିବାକୁ ମିଳିଛି । ଦାରିଙ୍ଗବାଡି ସହିତ ପ୍ଲିହେରୀ ଗ୍ରୀନବାଡ଼ି ସିମନବାଡ଼ି ର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । ଗତ ଦୁଇଦିନ ହେଲା ଅଂଚଳରେ ପ୍ରବଳ ଶୀତଲହରୀ ଜାରି ରହିଛି । ଘନ କୁହୁଡ଼ିର ଚାଦରତଳେ ଦିନ ଦଶଟା ଯାଏଁ ଘୋଡ଼େଇ ହୋଇ ସାରା ଅଂଚଳ ରହୁଛି ରବିବାର ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରହିଥିବାବେଳେ ଆଜି ଗୋଟିଏ ଦିନରେ ୪.୫ଡିଗ୍ରୀ ହ୍ରାସ ପାଇ ସକାଳ ୮ଟା ସୁଦ୍ଧା ତାହା ହ୍ରାସ ପାଇ ୪ ଡିଗ୍ରୀରେ ପହଂଚିଛି ସେହିପରି ଫୁଲବାଣୀ ର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ଚଳିତବର୍ଷ ର ସର୍ବନିମ୍ନ ତାପମାତ୍ରା ।
ଗତ କିଛିଦିନ ହେଲା ଜିଲ୍ଲା ରେ ପାଗ ମେଘୁଆ ରହିବା ସହ ଦିନରେ ହାଲକା ଭାବେ କୋହଲା ପବନ ହେଉଥିଲା ହେଲେ ଆକାଶ ମେଘ ଶୁନ୍ୟ ହେବାପରେ ହଠାତ୍ ଶୀତର ପ୍ରଭାବରେ ସମଗ୍ର ଜିଲ୍ଲାରେ ଲୋକେ ଭୀଷଣ ଥଣ୍ଡା ଅନୁଭବ କରୁଛନ୍ତି । ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ମାନେ ଶୀତ ଅନୁଭୂତ ହେଉଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛି । ଶୀତର ମଜା ନେବାକୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମାଉଛନ୍ତି ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମିଳିଛି ।