ଭୁବନେଶ୍ୱର : ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ଓମିକ୍ରନ ନେଗେଟିଭ ରହିଛି । ତିନି ଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ରିପୋର୍ଟ ଆସିନାହିଁ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବିଦେଶରେ ଓମିକ୍ରନ ବହୁ ଜୋରରେ ବ୍ୟାପିଲାଣି । ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବା ବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି । ଓମିକ୍ରନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେବାକୁ ପଡ଼ିବ । ଟିକା ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବା ନାହି । ଏତିକି କଲେ କେଶ ଲୋଡ୍ କମ ରହିବ ଓ ଆମେ ନିରାପଦ ରହିବା । ଆମେ ନିୟମ ମାନି ଚଳିଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇ ଯାଇପାରିବା ।
ସେ ଆହୁରି କହିଛନ୍ତି, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେଲା । ଏସସିବିର ସୁପରସ୍ପେସାଲିଟି ବିଭାଗର ପାଂଚ ଜଣିଆ ଡାକ୍ତରିଦଳ ମାଲକାନଗିରି ଯାଇଛନ୍ତି । ଘର ପାଖରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଭିତିଭୂମି ସଜାଡ଼ିବା ପାଇଁ ପୁର୍ବରୁ ଟିମ୍ ଯାଇଛନ୍ତି । ପୁର୍ବରୁ ରୋଗୀ ଚିହ୍ନଟ ସରିଛି । ଚେକ ଅପ୍ ସରିଛି । ଏଠାରୁ ବିଶେଷଜ୍ଞ ଗଲେ ଅପରେସନ କରିବେ । ଗୋଟିଏ ଦିନ ଅବଜରଭେସନରେ ରଖିବେ । ତାରେ ପୁର୍ବରୁ ଯାଇଥିବା ଟିମ ନିରୀକ୍ଷଣରେ ରୋଗୀ ଭଲହେବା ପର୍ଯ୍ୟନ୍ତ ସେଠାରେ ରହିବେ । ବର୍ତମାନ ଚାରୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଏହି ସୁବିଧା ମିଳିବ । ଏହା ହେଉଛି ସୁପରସ୍ପେସାଲିଟି ସେବା । କେସ୍ ଦେଖିକି ଡାକ୍ତରୀ ଦଳକୁ ପଠାଯିବ । ସିଡିଏମଓ ମାନେ ଜଣାଇବା ପରେ ଡାକ୍ତରୀ ଟିମକୁ ପଠାଯିବ ବୋଲି ସେ କହିଛନ୍ତି ।