ଭୁବନେଶ୍ୱର : ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ଶାଳଗାଁ ଷ୍ଟେସନ ଠାରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୮୧୦୫/୧୮୧୦୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ୨୧.୧୨.୨୦୨୧ ରୁ ୨୩.୧୨.୨୦୨୧ ୩ ଦିନ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଶାଳଗାଁ ଷ୍ଟେସନ ଠାରେ ରହଣି କରିବ ନାହିଁ । ଶାଳଗାଁ ଷ୍ଟେସନ ଠାରେ ଏହି ଟ୍ରେନ ରେ ଯାତ୍ରା କରିବାକୁ ଥିବା କିମ୍ବା ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଚାରବାଟିଆ କିମ୍ବା ନର୍ଗୁଣ୍ଡି ଷ୍ଟେସନ୍ ବ୍ୟବହାର କରିପାରିବେ ।
ଉତର କେନ୍ଦ୍ରୀୟ ରେଳପଥର ନୈନି ଷ୍ଟେସନ ଠାରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୨୮୦୫ ଭୁବନେଶ୍ୱର-ଆନନ୍ଦ ବିହାର ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରରୁ ୧ ଏବଂ ୮ ଜାନୁୟାରୀ, ୨୦୨୨ ଦିନ ବାତିଲ ରହିବ । ୨୨୮୦୬ ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଆନନ୍ଦ ବିହାରରୁ ୩ ଏବଂ ୧୦ ଜାନୁୟାରୀ ୨୦୨୨ ଦିନ ବାତିଲ ରହିବ ।
ଅପରପକ୍ଷରେ ୧୨୮୧୬ ଆନନ୍ଦ ବିହାର-ପୁରୀ ନନ୍ଦନକାନନ ଏକ୍ସପ୍ରେସ ଆନନ୍ଦ ବିହାରରୁ ୩୦ ଡିସେମ୍ବର ୨୦୨୧ ରୁ ୧୦ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ମିରାଜପୁର ଷ୍ଟେସନକୁ ନଯାଇ ପ୍ରୟାଗରାଜ-ପ୍ରୟାଗରାଜ ରାମବାଗ-ଦିନ ଦୟାଲ ଉପାଧ୍ୟାୟ ଷ୍ଟେସନ ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ ।