ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ବର୍ବର କାଣ୍ଡ

206

ଡୁମାଣୀ ଟିଭି,୭/୪:ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର୍‌ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ଓଡ଼ିଶା ସୀମା ଠାରୁ ମାତ୍ର ୬ କିଲୋମିଟର ବ୍ୟବଧାନରେ ଘଟେଇଛନ୍ତି ଏଭଳି ଘଟଣା । ସୂଚନା ମୁତାବକ, ପାଡେର ଜିଲ୍ଲା ପେଦବାଇଲୁ ଥାନା ଅନ୍ତର୍ଗତ ତାରାବୁ ଗାଁ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଗତକାଲି ୧୨ ଜଣ ସଶସ୍ତ୍ର ନକ୍ସଲ ଗାଁକୁ ଆସି, ଲକ୍ସମନ୍ ରାଓଙ୍କୁ ଘରୁ ଶୋଇଥିବା ଅବସ୍ଥାରେ ଡାକି ନେଇଥିଲେ ଗାଁର ଶେଷ ମୁଣ୍ଡକୁ । ସେଠାରେ ଲକ୍ସମନ୍ ରାଓଙ୍କୁ ବିଭିନ୍ନ ବିଷୟରେ ପଚରା ଉଚରା ପରେ, ସେହି ସ୍ଥାନରେ ଗୁଳି କରି ହତ୍ୟା କରିଥିଲେ ଆନ୍ଧ୍ର ଓଡ଼ିଶା ମାଓ ସଂଗଠନ ।

ଲକ୍ସମନ୍ ରାଓ ପୂର୍ବରୁ ନକ୍ସଲଙ୍କ ପାଇଁ ସୂଚନା ଦାତା ଭାବେ କାର୍ଯ୍ୟ କରୁଥିଲେ ଓ ପରେ ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ହେତୁ, ନକ୍ସଲଙ୍କ ଭୟରେ ଗାଁ ଛାଡ଼ି ଚାଲିଯାଇଥିଲେ । ଆଜିକୁ ବର୍ଷେ ହେବ ଆସି ଗାଁରେ ରହିବା ଖବର ପାଇ ନକ୍ସଲମାନେ ଆସି ଏଭଳି କାଣ୍ଡ ଘଟେଇଛନ୍ତି । ଏହି ଘଟଣା ପରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି ।

Leave A Reply

Your email address will not be published.