ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

206

ଡୁମାଣୀ ଟିଭି,୧୨/୪:ଗତ ୫୦ ଦିନ ହେଲା ବର୍ଷା ଛାଡିଯିବା ରାଜଧାନୀ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଗ୍ରୀଷ୍ଣ। ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଡିଜିଏମ ଆର.କେ. ଜେନାମଣି । ଭୀଷଣ ଗ୍ରୀଷ୍ମରେ ଆଉଟୁପାଉଟୁ ହେଉଥିବା ରାଜ୍ୟଙ୍କ ଲାଗି ମଙ୍ଗଳବାର ଦିନଟି ଆଶ୍ୱସ୍ତିଭରା ଥିଲା। ବାଦଲ ଛାଇ ରହିବା ଯୋଗୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖା ଦେଇଥିଲେ ବି ଗ୍ରୀଷ୍ମରୁ କିନ୍ତୁ ତ୍ରାହୀ ମିଳିନି। ତେବେ ଏପର୍ଯ୍ୟନ୍ତ ଜାରି ଭୀଷଣ ଗ୍ରୀଷ୍ମ ଲହର (ହିଟୱେଭ)ର ଗୋଟିଏ ପର୍ଯ୍ୟାୟ ସମାପ୍ତ ହୋଇଥିବା ଜେନାମଣି କହିଛନ୍ତି।
ତେବେ ଏପ୍ରିଲ ୧୮ ପରେ ପୁଣି ଏକ ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସର ଆଶଙ୍କା କରାଯାଉଥିବାରୁ ପାଣିପାଗରେ ପୁଣି ପରିବର୍ତ୍ତନ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଜେନାମଣିଙ୍କ ଅନୁସାରେ ଏପ୍ରିଲ ୧୬ ତାରିଖ ପାଖାପାଖି ରାଜସ୍ଥାନ ଆଖପାଖରେ ହିଟୱେଭ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ପୁଣି ଏକ ୱେଷ୍ଟ୍ରର୍ଣ୍ଣ ଡିଷ୍ଟ୍ରବାନ୍ସର ଆଶଙ୍କା କରାଯାଉଥିବା ବେଳେ ଏହି ସମୟରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣାରେ ବାଦଲ ଛାଇ ରହିବ। ଏଣୁ ଦିନର ତାପମାତ୍ରାରେ ୨-୩ ଡିଗ୍ରି ହ୍ରାସ ଅନୁଭବ କରାଗଲେ ବି ଗ୍ରୀଷ୍ମ ଲହର କିନ୍ତୁ ଜାରି ରହିବ ବୋଲି ଜେନାମଣି ଚେତାଇଛନ୍ତି।

ମଙ୍ଗଳବାର ସକାଳେ ଦିଲ୍ଲୀରେ ପାଗ ବେଶ୍ ଗରମ ଥିଲା। ସର୍ବନିମ୍ନ ତାପମାତ୍ରାରେ ୨ ଡିଗ୍ରି ବୃଦ୍ଧି ହୋଇଥିବା ବେଳେ ୨୨.୫ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ତେବେ ଏଠାରେ ଅପ୍ରେଲ ୧୪ ପରେ ଗ୍ରୀଷ୍ମପ୍ରବାହ ହ୍ରାସ ଅନୁଭୂତ ହେବ। ହେଲେ ତାପମାତ୍ରା ବୃଦ୍ଧି ଯୋଗୁ ଗରମରୁ କିନ୍ତୁ ଆଶ୍ୱସ୍ତି ମିଳି ନ ପାରେ। ହେଲେ ଲୋକେ ଗ୍ରୀଷ୍ମ ଲହରରୁ ଆଶ୍ୱସ୍ତ ରହିବେ।
ରାଜଧାନୀ ଦିଲ୍ଲୀରେ ସୋମବାର ତାପମାତ୍ରା ସାମାନ୍ୟରୁ ୭ ଡିଗ୍ରି ସେଲସିୟସ ଅଧିକ ରେକର୍ଡ ହୋଇଥିଲା। ଫଳରେ ଦିନର ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରି ସେଲସିୟକୁ ପହଞ୍ଚିଥିଲା। ଚଳିତ ଋତୁର ଏହା ସର୍ବାଧିକ ତାପମାତ୍ରା ଥିଲା ବୋଲି ପାଣିପାଗ ବିଭାଗ କହିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୯ ତାରିଖ ଦିନ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ଏହା ପୂର୍ବରୁ ୨୦୧୭ ମସିହାରେ ଏପ୍ରିଲ ୨୧ ତାରିଖ ଦିନ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ଜେନାମଣି କହିଛନ୍ତି।

Leave A Reply

Your email address will not be published.