ଦେଶର ପାଞ୍ଚଟି ରାଜ୍ୟରେ ନୂତନ ପ୍ରଧାନ ବିଚାରପତି ନିଯୁକ୍ତି , ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ହେଲେ ଦିଲ୍ଲୀର ମୁଖ୍ୟ ବିଚାରପତି

172

ନୂଆଦିଲ୍ଲୀ , ୨୦/୦୬: ରବିବାର ଦିନ ଦିଲ୍ଲୀ ହାଇକୋର୍ଟ ସମେତ ୬ଟି ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ଏହି ମୁଖ୍ୟ ବିଚାରପତିମାନେ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୌହାଟି ଏବଂ ତେଲେଙ୍ଗାନାର ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ। କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ କରିବା ପରେ ଏହି ନିଯୁକ୍ତି ୱାରେଣ୍ଟଗୁଡିକ ରାଷ୍ଟ୍ରିୟ ଭବନ ଦ୍ୱାରା ଜାରି କରାଯାଇଛି ।

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଟ୍ୱିଟ୍ କରି ଏହି ନିଯୁକ୍ତି ବିଷୟରେ ସୂଚନା ଦେଇଛନ୍ତି। ପାଞ୍ଚଟି ହାଇକୋର୍ଟର ବିଚାରପତିଙ୍କୁ ପ୍ରଧାନ ବିଚାରପତି ପଦୋନ୍ନତି ଦିଆଯାଇଥିବାବେଳେ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ସ୍ଥାନାନ୍ତର କରାଯାଇ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଭିପିନ୍ ସାଙ୍ଘିଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି କରାଯାଇଛି। ସେହିଭଳି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଅମଜାଦ ଏ ସୟଦଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବମ୍ବେ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଏସ୍ ଏସ୍ ସିନ୍ଦେ ରାଜସ୍ଥାନ ଏବଂ ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରଶ୍ମିନ୍ ଏମ୍ ଛାୟାଙ୍କ ଗୌହାଟି ହାଇକୋର୍ଟରେ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି ।
ତେଲେଙ୍ଗାନା ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍ ଉଜଲ ଭୁୟାନଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ ପ୍ରଧାନ ବିଚାରପତି କରାଯାଇଛି। ଜଷ୍ଟିସ୍ ଡି.ଏନ୍ ପଟେଲ ଅବସର ନେବା ପରଠାରୁ ଦିଲ୍ଲୀ ହାଇକୋର୍ଟରେ ନିୟମିତ ପ୍ରଧାନ ବିଚାରପତି ନଥିଲେ। ଜଷ୍ଟିସ୍ ଭିପିନ୍ ସାଙ୍ଗୀ ମାର୍ଚ୍ଚ ୧୩ ରୁ କାର‌୍ୟ୍ୟକାରୀ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.