ଆର ପାରିରେ ଓଡିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ

176

ଲୋକପ୍ରିୟ ଓଡିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରାଜେଶ୍ୱରୀ ମସ୍ତିଷ୍କ ଏବଂ ଫୁସଫୁସ କ୍ୟାନସର ରେ ପୀଡିତ ଥିଲେ। ସେ ଉଆଁସୀ କନ୍ୟା ରେ ଅଳକା ରେ ବେଶ ଲୋକପ୍ରିୟ ହୋଇଥିଲେ |

ବାଲେଶ୍ୱର ରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀ ଅଳ୍ପ ବୟସରେ ମନୋରଞ୍ଜନ ଦୁନିଆରେ ପାଦ ଥାପିଥିଲେ । ଆରମ୍ଭରୁ ଟେଲିଭିଜନ ଶୋ ରେ ଅଭିନୟ କରୁଥିଲେ | ନକାରାତ୍ମକ ଭୂମିକା ଲେଖିବା ପାଇଁ ଜଣାଶୁଣା ରାଜେଶ୍ୱରୀ ସତ୍ୟମେବ ଜୟତେ, ଆରେ ସାଥି ଆ ଚଳଚ୍ଚିତ୍ରରେ ଅଭିନୟ ରେ ବେଶ ଦମଦାର ଅଭିନୟ କରିଥିଲେ | ଓଡିଆ ସିରିଏଲରେ ତାଙ୍କର ନେଗେଟିଭ ଭୂମିକା ତାଙ୍କୁ ଓଡିଆ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିପାରିଥିଲା ​​|ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ଓଲିଉଡ ଜଗତରେ ଦୁଃଖର ଛାୟା ଖେଳାଇ ଦେଇଛି ​​|

Leave A Reply

Your email address will not be published.