ବିଭାଜନ ବିଭୀଷିକାର ସ୍ମୃତି ଦିବସ ପାଳନ

147

ଭୁବନେଶ୍ୱର, ୧୪ ଅଗଷ୍ଟ – ଦେଶ ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ବଳିଦାନ ଦେଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ତରଫରୁ ନିଷ୍ପତି ନିଆଯାଇଛି । ଏହି ଅବସରରେ ୧୯୪୭ ମସିହାର ବିଭାଜନ ବିଭୀଷିକାର ପ୍ରଦର୍ଶନୀ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସହାରଂଚଳରେ ଅନୁଷ୍ଠିତ ହେବା ସହିତ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଉଦ୍ଦେଶ୍ୟରେ ନୀରବ ଯାତ୍ରା ଅନୁଷ୍ଠିତ ହୋଇଛି ।

ସକାଳ ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ତରଫରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି । ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଜି ଛକସ୍ଥିତ ବାବାସାହେବ ଆମ୍ବଦକରଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ନୀରବ ପଦଯାତ୍ରାରେ ଯୋଗ ଦେବେ ବୋଲି ରାଜ୍ୟ ମୁଖପାତ୍ର ତଥା କମିଟିର ରାଜ୍ୟ ସଂଯୋଜକ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.