ବନ୍ୟା ପାଇଁ ପରିବା ବଜାରରେ ନିଆଁ

163

ଗତ ୧୦ ତାରିଖ ପରଠାରୁ ରାଜ୍ୟରେ ଲଗାଣ ବର୍ଷା ରେ ବନ୍ୟା ସ୍ଥିତି ଉପୁଜିଛି । ଯାହାର ସିଧା ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାରରେ । ୨ ଦିନ ହେବ ପରିବା ଦର ପ୍ରାୟ ସବୁ ୬୦ ଟଙ୍କା ଉପରେ । ଯାହାକି ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ପ୍ରାୟ ୪ ଦିନ ତଳେ ଯାହାର ଦର ୨୦ରୁ ୨୫ ଟଙ୍କା ରହିଥିଲା ତାହା ଏବେ କିଲୋ ପିଛା ୮୦ ଟଙ୍କା ଯାଏ ବିକ୍ରି ହେଉଛି । ପନିପରିବା ଦର ବୃଦ୍ଧି ତେଜିବ କି ନାହିଁ ତାହା ବନ୍ୟା ପାଣି ଛାଡ଼ିଲେ ଜଣାପଡିବ ବୋଲି ବଜାର ପକ୍ଷରୁ ସୂଚନା ମିଳିଛି । ଫସଲ ଉତ୍ପାଦନ ହେଉଥିବା ସ୍ଥାନଗୁଡିକରେ ପାଣି ଜମିବା ସହ ଲଗାଣ ବର୍ଷା ଯୋଗୁ ପ୍ରଚୁର କ୍ଷତି ହୋଇଛି । ଫଳରେ ବଜାରରୁ ଆବଶ୍ୟକ ମୁତାବକ ସ୍ଥାନୀୟ ପରିବା ଆସିପାରୁନାହିଁ । ତେଣୁ ବଜାରରେ ଉପଲବ୍ଧତା କମ୍ ଯୋଗୁ ଦର ବୃଦ୍ଧି ତେଜିଛି ।

Leave A Reply

Your email address will not be published.