ଅପରାହ୍ନରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

467

ଆଜି ଆକାଶମାର୍ଗରୁ ୫ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୩ଟାରେ ୫ଟି ଜିଲ୍ଲାର ସ୍ଥିତି ବୁଲି ଦେଖିବେ ସେ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ଫାଇଭ-ଟି ସଚିବ ।

ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଯେମିତି ଢେଉ ଖେଳୁଛି । ଜମି ଓ ରାସ୍ତା ଏକାକାର ହୋଇଯାଇଛି । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି ତ ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ଲୋକେ । ତେବେ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ, ଆଜିଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି ।

Leave A Reply

Your email address will not be published.