ଗାଈ ଗୋରୁଙ୍କୁ ବ୍ୟାପୁ ଥିବା ଲମ୍ପି ରୋଗକୁ ନେଇ ଆଲର୍ଟ ଜାରୀ କଲା ପ୍ରାଣୀ ସମ୍ପଦ ବିଭାଗ

169

ଭୁୁବନେଶ୍ୱର, ୧୪ ସେପ୍ଟେମ୍ବର – ବିଭିନ୍ନ ରାଜ୍ୟରେ ଗାଈ ଗୋରୁ ମଇଁଷି ମାନଙ୍କ ଦେହରେ ଦେଖା ଦେଉଥିବା ଚର୍ମ ରୋଗ ବା ଲମ୍ପି ସ୍କିନ ରୋଗ ରୋଗ ବ୍ୟାପିବା ପରେ ଓଡିଶା ସରକାର ସତର୍କ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗର ସଚିବ ଅରବିନ୍ଦ ପାଢ଼ୀ ୧୪ ଟି ଜିଲ୍ଲା କୁ ପତ୍ର ଲେଖି ଆଲର୍ଟ କରିଛନ୍ତି ।

ଏହି ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡା, ସୁନ୍ଦରଗଡ, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ସାମିଲ ରହିଛି ।

ଏହି ଆଲର୍ଟ ଜାରୀ କରା ଯିବା ସହ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରା ଯାଇଛି । ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ଲଗାଇବା ସହ – ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗା ଯିବା କଥା ଏଥିରେ ଉଲ୍ଲେଖ ରହିଛି । ସେହି ସୀମାବର୍ତୀ ଜିଲ୍ଲା ଓ ବ୍ଲକ ଉପରେ ବିଶେଷ ଧ୍ୟାନ ଦେବାକୁ ଏହି ପତ୍ରରେ ଉଲ୍ଲେଖ କରା ଯାଇଛି ।

Leave A Reply

Your email address will not be published.