ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ିବ ବଜ୍ରପାତ ଓ ଜଙ୍ଗଲ ନିଆ

184

ନୂଆଦିଲ୍ଲୀ : ଦିନକୁ ଦିନ ଜଙ୍ଗଲରେ ହଠାତ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ହେତୁ ଅକାରଣେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ସହିତ ମୂଲ୍ୟବାନ ଗଛସବୁ ଜଳି ନଷ୍ଟ ହୋଇଯାଉଛି । ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ ବଜ୍ରପାତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବଜ୍ରପାତ କାରଣରୁ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଏବଂ ଅନ୍ୟାନ୍ୟ ଗ୍ୟାସ୍‌ ନିର୍ଗତ ହୋଇଥାଏ ।

ଏହି ଗ୍ୟାସଗୁଡ଼ିକ ଜଳବାୟୁରେ ମିଶି ଏକ ନିଆଁ ଲାଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବୈଜ୍ଞାନିକମାନଙ୍କର ଏକ ଟିମ୍‌ ପାଇଥିବା ପ୍ରମାଣ ସୂ·ଇ ଦେଉଛି ଯେ ଆଗାମୀ ବର୍ଷରେ ପୃଥିବୀ ଅଧିକ ଉତ୍ତପ୍ତ ହେବ ଓ ଏହି କାରଣରୁ ଅଧିକ ସଂଖ୍ୟକ ବଜ୍ରପାତ ହୋଇପାରେ । ଫଳରେ ପୃଥିବୀର ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇପାରେ । ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ ପୃଥିବୀ ଗରମ ହେବା ସହ ପାଣିପାଗର ଢାଞ୍ଚା ବଦଳୁଛି ।

ଏହି କାରଣରୁ ଦକ୍ଷିଣ ଆମେରିକା, ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର କିଛି ଅଞ୍ଚଳ ଅଧିକ ବିପଦରେ ରହିଛି । ଆଗାମୀ ଦିନରେ ସବୁଠାରୁ ଅଧିକ ବଜ୍ରପାତ ଉତ୍ତର ଆମେରିକାରେ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ କୁହାଯାଉଛି କି, ଗୋଲାଦ୍ଧ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା କମିପାରେ, କାରଣ ସେଠାରେ ବର୍ଷାର ଅନୁପାତ ବୃଦ୍ଧି ହୋଇପାରେ । ଯାହା ଏକ ପ୍ରକାର ଭଲ ସୂଚନା ବୋଲି କୁହାଯାଉଛି । ଏହି ଅନୁସନ୍ଧାନ ନେଚର କମ୍ୟୁନିକେସନ ନାମକ ପତ୍ରିକାରେ ପ୍ରକାଶ ପାଇଛି ।

Leave A Reply

Your email address will not be published.