ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିଜ୍’ର ରେଟିଂକୁ ହ୍ରାସ କରିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ଏକ ବଡ଼ ଝଟ୍କା ଲାଗିଛି । ମୁଡିଜ୍ ବାଂଲାଦେଶର ବ୍ୟାଙ୍କିଙ୍ଗ ବିଭାଗର ରେଟିଂକୁ ସ୍ୱାଭାବିକ ସ୍ଥରରୁ ତଳସ୍ଥରକୁ ନେଇ ଆସିଛି । ଅର୍ଥନୀତିଜ୍ଞ ତଥା ଆର୍ଥିକ ଗବେଷକମାନେ ମୁଡିଜ୍ର ଏହି ନିଷ୍ପତ୍ତିକୁ ନା କେବଳ ବ୍ୟାଙ୍କିଙ୍ଗ ବିଭାଗ ବରଂ ପୂର୍ବରୁ ସଂକଟାପତ୍ତ ବାଂଲାଦେଶର ସମଗ୍ର ଅର୍ଥନୀତି ପାଇଁ ଏକ ଝଟ୍କା ବୋଲି ବିବେଚନା କରିଛନ୍ତି । ବାଂଲାଦେଶୀ ମୁଦ୍ରା ମୁଲ୍ୟରେ ହ୍ରାସ, ଉଚ୍ଚ ମୁଦ୍ରାସ୍ଫୀତି ହାର ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ରମାଗତ ହ୍ରାସ ଭଳି ସମସ୍ୟାକୁ
ବାଂଲାଦେଶ ସାମ୍ନା କରୁଛି ।
ଅର୍ଥନୀତିଜ୍ଞମାନେ ସୂଚାଇ ଦେଇଛନ୍ତି ଯେ, ମୁଡିଜ୍ର ତାଜା ଆକଳନ ପରେ ଏବେ ସୀମାନ୍ତରେ ଆର୍ଥିକ କାରବାର ଅଧିକ କଷ୍ଟସାଧ୍ୟ ହେବ । କେତେକ ବିଦେଶୀ ଅନୁଷ୍ଠାନ ତ ବାଂଲାଦେଶୀ ବ୍ୟାଙ୍କର ଋଣ ସୀମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କର୍ସ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ସୈଦ୍ ମେହବୁବ-ଉରରେହମାନ କହିଛନ୍ତି- “ମୁଡିଜ୍ ଏପରି ନିଷ୍ପତ୍ତି ନେବ, ଏହି ଚେତାବନୀ ସଙ୍କେତ ପୂର୍ବରୁ ଜଣାପଡ଼ିଯାଇଥିଲା । ଡଲାର ସଙ୍କଟ ସତ୍ତେ୍ୱ ଆମର ଅଧିକାଂଶ ବ୍ୟାଙ୍କ ବିଦେଶୀ ବ୍ୟାଙ୍କରୁ ସହିତ ଏବେ ସୁଦ୍ଧା କାରବାର କରିବାରେ ସକ୍ଷମ ହେଉଥିଲେ । ଏହା ଦୀର୍ଘକାଳୀନ ସମ୍ପର୍କ ଏବଂ ବିଶ୍ୱାସ ହେତୁ ଘଟୁଥିଲା । କିନ୍ତୁ ବର୍ତ୍ତମାନ ବାଂଲାଦେଶର ସମଗ୍ର ବ୍ୟାଙ୍କିଙ୍ଗ ବିଭାଗ ଉପରେ ବିପଦ ରହୁଛି ବୋଲି କୁହାଯାଉଛି ।
ଏହା ନିଶ୍ଚିତ ଭାବରେ ସୀମାପାର କାରବାରରେ ସମସ୍ୟା ସୃଷ୍ଟି କରିବ । ପର୍ଯ୍ୟବେକ୍ଷକ ମାନେ ବଂଲାଦେଶରେ ବର୍ତ୍ତମାନର ସ୍ଥିତିକୁ ଶ୍ରୀଲଙ୍କା ସହିତ ତୁଳନା କରିବାକୁ ଲାଗିଲେଣି । ସେମାନେ ସୂଚାଇ ଦେଇଛନ୍ତି ଯେ, ଶ୍ରୀଲଙ୍କାରେ ବି ସଙ୍କଟର ଆରମ୍ଭ ଏହି ରେଟିଂ ଏଜେନ୍ସିଗୁଡ଼ିକର ହ୍ରାସ ହୋଇଥିବା ଗ୍ରେଡରୁ ଆରମ୍ଭ ହୋଇଛି । ସେ ଦର୍ଶାଇଛନ୍ତି ଯେ ବାଂଲାଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦୁର୍ନୀତି, ଘୋଟାଲା ଏବଂ ଏନପିଏ ଦ୍ୱାରା ଜଡିତ ହୋଇଛି । ଗତ ଡିସେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଦେଇଥିବା ମୋଟ ଋଣର ୮.୧୬ ପ୍ରତିଶତ ଅଂଶିଦାର ଏନପିଏ ରହିଛି । ନିକ୍କିଏସିଆ ଡଟ୍ କମ୍ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସପ୍ତାହରେ ଦୁବାଇର ମସ୍ରିକ୍ ବ୍ୟାଙ୍କ ଏବଂ ହଂକଂ ସ୍ଥିତ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଦୁଇଟି ବାଂଲାଦେଶୀ ବ୍ୟାଙ୍କକୁ ଲେର୍ଟ ଅଫ୍ କ୍ରେଡିଟ୍ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ।
ୱେବସାଇଟ୍ ଏହି ଖବର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ କରିଛି, ଯେଉଁମାନେ କି ସେମାନଙ୍କର ନାମ ଗୁପ୍ତ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାରି ଭିତରେ ବାଂଲାଦେଶର ସେଣ୍ଟ୍ରାଲ ବ୍ୟାଙ୍କ – ବାଂଲାଦେଶ ବ୍ୟାଙ୍କରୁ ମିଳିଥିବା ତଥ୍ୟ ଦର୍ଶାଇଛି ଯେ, ଗତ ବର୍ଷ ଜୁଲାଇରୁ ଡିସେମ୍ବର ଛଅ ମାସ ମଧ୍ୟରେ ନୂତନ ଭାବେ ଗ୍ରହଣ କରାଯାଇଥିବା କ୍ରେଡିଟ୍ ଲେଟର ସଂଖ୍ୟା ୧୪% ହ୍ରାସ ପାଇଛି । ଅନ୍ୟପକ୍ଷରେ କିଛି ବ୍ୟାଙ୍କ କହିଛନ୍ତି ଯେ, ଆମଦାନୀ ବିଲ୍ ପୈଠ କରିବାକୁ ପର୍ଯ୍ୟାପ୍ତ ଡଲାର ନାହିଁ । ବାଂଲାଦେଶରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅତି କମରେ ୨୦ ଟି ବ୍ୟାଙ୍କ ଅଛି ଯାହା ବିଦେଶୀ ମୁଦ୍ରା ଉପଲବ୍ଧ ନ ଥିବାରୁ ଆମଦାନୀ ବିଲ୍ ପୈଠ କରିପାରିନାହାଁନ୍ତି ।