କାର୍ଗିଲରେ କୁନ ପର୍ବତରେ ହିମସ୍ଖଳନ

157

ଲଦାଖ: ଲଦାଖରେ ଭାରତୀୟସେନାର କଣ୍ଟିଜେଣ୍ଟ୍ ହିମସ୍ଖଳନସଂସ୍ପର୍ଶରେ ଆସିଛି । ଏଥିରେ ୩ ଜଣଯବାନ ନିଖୋଜ ଥିବା ଜଣାଯାଇଛି ।ଦୁର୍ଘଟଣାରେ ନିଖୋଜ ଥିବାଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେଖୋଜା ଚାଲିଛି । ସେପଟେ ଜଣେଯବାନ ସହିଦ ହୋଇଛନ୍ତି । ଏହିଦୁର୍ଘଟଣା କାର୍ଗିଲର କୁନ୍ ପର୍ବତରେଘଟିଛି । ଏଠାରୁ ଭାରତୀୟ ସେନାରସହିଦ ଯବାନଙ୍କ ମୃତଦେହ ଉଦ୍ଧାରକରାଯାଇଛି ।ଏବେ ବି ୩ ଜଣଯବାନ ବରଫ ତଳେ ଦବି ରହିଛନ୍ତି ।ସେନା ସେମାନଙ୍କୁ ଖୋଜିବାରେଲାଗିପଡ଼ିଛି । ଲଦାଖରେ ସେନାରଏକ ଯୁଦ୍ଧ ବିଦ୍ୟାଳୟ ଅଛି । ଭାରତୀୟସେନାର ଆର୍ମି ଆଡଭେଞ୍ଚର ୱିଙ୍ଗ ସହଜଡିତ ଲୋକମାନେ ନିୟମିତ ଟ୍ରେନିଂପାଇଁ ମାଉଣ୍ଟ କୁନ୍ ନିକଟରେ ଉପସ୍ଥିତଥିଲେ । ଏହି ସମୟରେ ପାଖାପାଖି୪୦ ଯବାନ ହିମସ୍ଖଳନ ସଂସ୍ପର୍ଶରେଆସିଥିଲେ । ୪ ଜଣ ଯବାନବରଫରେ ଫସି ଯାଇଥିଲେ । ବାକିଯବାନମାନେ ଉଦ୍ଧାର ପାଇଯାଇଥିଲେ ।ଏବେ ୪ ଜଣଙ୍କ ମଧ୍ୟରୁ ଜଣେ ସହିଦହୋଇଥିବା ସୂଚନା ରହିଛି ।ବରଫରେ ଫସି ରହିଥିବା ଯବାନମାନଙ୍କୁ ଉଦ୍ଧାର କରିବା ପାଇଁସେନା କାର୍ଯ୍ୟ କରୁଛି । ପାଗଖରାପ ଥିବାରୁ ରିଲିଫ ଏବଂ ଉଦ୍ଧାରକାର୍ଯ୍ୟରେ ସମସ୍ୟା ଉପୁଜୁଛି ।ଏହାପୂର୍ବରୁ ମଧ୍ୟ ଯବାନମାନଙ୍କ ସହିତଏଭଳି ଦୁର୍ଘଟଣା ଘଟିଛି । ଚଳିତବର୍ଷ ଫେବୃଆରୀରେ ଜମ୍ମୁ-କାଶ୍ମୀରର ଗୁଲମର୍ଗରେ ଏକ ବଡ଼ଧରଣର ହିମସ୍ଖଳନ ହୋଇଥିଲା ଏଥିରେ ପୋଲାଣ୍ଡର ଦୁଇପର୍ଯ୍ୟଟକଙ୍କର ମୃତୁ୍ୟ ଘଟିଥିଲା ।ବରଫରେ ଫସି ରହିଥିବା ୨୧ଜଣଙ୍କୁ ପରେ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.