ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ

143

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରରେଏକ ଅଭାବନୀୟ ଘଟଣା ଘଟିଛି ।ଚନ୍ଦ୍ରଶେଖରପୁର ଥାନା ଅଧିନ ପଟିଆ ଷ୍ଟେସନନିକଟରେ ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେଜଣେ ୩ ଜଣ କୂଅକୁ ଡେଇଁଥିଲେ । ଏମାନଙ୍କମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେଶିବଶଙ୍କର ସାହୁ (୫୦) । ତାଙ୍କ ଘର ଗଞ୍ଜାମଜିଲ୍ଲାରେ ବୋଲି ଜଣାପଡ଼ିଛି । ସେ ଆଇସ୍କ୍ରିମ୍ବେପାର କରୁଥିଲେ । ସୂଚନା ଅନୁସାରେ ପଟିଆଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅଭିତରେ ପଡ଼ି ଯାଇଥିଲା । ଏହା ଦେଖି ଘରମାଲିକ ବିଲେଇକୁ ବାଲଟି ଓ ରଶି ମାଧ୍ୟମରେକୂଅରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ।ଠିକ୍ ସେହି ସମୟରେ ଆଇସିକ୍ରିମ୍ ବ୍ୟବସାୟକରୁଥିବା ଗଞ୍ଜାମ ଅଞ୍ଚଳର ଶିବରାମ ସାହୁବିଲେଇକୁ ଉଦ୍ଧାର କରିଦେବେ ବୋଲିକହିଥିଲେ । ଏହା ପରେ ସେ ପାଇଁ କୂଅ ଭିତରକୁଡେଇଁଥିଲେ । ହେଲେ ଦୀର୍ଘ ସମୟ ଧରି ସେକୂଅରୁ ବାହାରି ପାରିନଥିଲେ । ଏପରିକି ତାଙ୍କୁବିଲେଇର ମାଲିକ ଡାକିଥିଲେ ମଧ୍ୟ ସେଶୁଣିନଥିଲେ । ଶିବଶଙ୍କରଙ୍କୁ ଉଦ୍ଧାର କରିବା ପାଇଁଶଙ୍କର ଦାସ ନାମକ ଅନ୍ୟ ଜଣେ ଯୁବକ କୂଅଭିତରକୁ ପଶିଥିଲେ । ହେଲେ ସେ ମଧ୍ୟ ବାହାରିପାରିନଥିଲେ । ତା’ପରେ ଶିବଶଙ୍କରଙ୍କ ବଡ଼ଭାଇ ଭଜରାମ ସାହୁ କୂଅ ଭିତରକୁ ଯାଇଥିଲେ ।ଦୀର୍ଘ ସମୟ ଧରି ପାଣି ଭିତରେ ସାନ ଭାଇକୁଖୋଜିଥିଲେ । ମାତ୍ର ପାଇନଥିଲେ । କୂଅ ଭିତରୁଶଙ୍କରଙ୍କୁ ଧରି କୂଅରୁ ବାହାରିଥିଲେ ଭଜରାମସାହୁ । ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମକର୍ମ·ରୀମାନେ କୂଅ ଭିତରୁ ଶିବଶଙ୍କରଙ୍କମୃତଦେହ ଉଦ୍ଧାର କରିଥିଲେ । ଶଙ୍କରଙ୍କୁଭୁବନେଶ୍ୱରରେ ଏକ ଘରୋଇମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କସ୍ୱାସ୍ଥ୍ୟ ଅବସ୍ଥା ଉଦ୍ୱେଗଜନକ ରହିଛି ।

Leave A Reply

Your email address will not be published.