ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ: ବଢ଼ିବ ଟିଭି, ୱାସିଂମେସିନ ଦର

143

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସମଧ୍ୟରେ ଯୁଦ୍ଧ ଥମୁ ନଥିବା ବେଳେଇରାନ ଏବଂ ଲେବାନନ୍ ଭଳି ଦେଶଏଥିରେ ସାମିଲ୍ ହେବାର ଆଶଙ୍କାଯୋଗୁ ଭାରତୀୟ ଲୋକଙ୍କୁମହଙ୍ଗାମାଡ଼ର ସାମ୍ନା କରିବାକୁପଡିପାରେ । କିଛି ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବ ବୋଲି କୁହାଯାଉଛି । ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧରେ ଏଭଳିଉଦାହରଣ ଦେଖିବାକୁ ମିଳିଛି । ଏହିଯୁଦ୍ଧ ପାଇଁ ବର୍ତ୍ତମାନ ଅନ୍ତର୍ଜତାୟୀବଜାରରେ ଗହମ, ଚାଉଳ ଏବଂଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟଭୟଙ୍କର ଭାବେ ବଢ଼ିଛି । ଇସ୍ରାଏଲ୍ଏବଂ ପାଲେଷ୍ଟାଇନ ଯୁଦ୍ଧ ଲାଗିରହିଥିବାରୁ ବିଶ୍ୱ ଅଶୋଧିତ ତୈଳଯୋଗାଣ ବାଧାପ୍ରାପ୍ତ ହେବ ।ଅଶୋଧିତ ତୈଳ ଯୋଗାଣବାଧାପ୍ରାପ୍ତ ହେଲେ ତତ୍ ସମ୍ପର୍କିତସାମଗ୍ରୀର ମୂଲ୍ୟ ବି ବଢ଼ିବ । ଗତସପ୍ତାହରେ ଅଶୋଧିତ ତୈଳଯୋଗାଣ ପ୍ରଭାବିତ ହେବାରୁ ଏହାର ମୂଲ୍ୟ ବଢ଼ିଥିଲା । ଶୁକ୍ରବାର କ୍ରୁଡ୍ଅଏଲ୍ ୨ ଡଲାର ବୃଦ୍ଧି ପାଇବ୍ୟାରେଲ ପିଛା ପାଖାପାଖି ୮୭ଡଲାରରେ ପହଞ୍ଚିଛି । ଏପଟେ ହମସାଓ ଇସ୍ରାଏଲ ଯୁଦ୍ଧରେ ଇରାନ ସାମିଲହେବା ନେଇ ଅ ।ଶଙ୍କା ପ୍ରକାଶପାଇଛି । ଇରାନ ଅଶୋଧିତ ତୈଳରଏକ ପ୍ରମୁଖ ଉତ୍ପାଦକ । ତେଣୁ ଯଦିସେ ଯୁଦ୍ଧରେ ଭାଗ ନିଏ ତେବେଅଶୋଧିତ ତୈଳ ଦର ଆହୁରି ବୃଦ୍ଧିପାଇପାରେ । ଯେହେତୁ ସମସ୍ତ ଯୋଗାଣ ବ୍ୟବସ୍ଥା ଇନ୍ଧନ ସହ ଜଡ଼ିତ ତେଣୁ ସବୁସାମଗ୍ରୀର ଦର ଆକାଶ ଛୁଆଁ ହୋଇପାରେ । ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ,ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯଦି ଯୁଦ୍ଧ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରିରହେ ତେବେ ଇନ୍ଧନ ଉପରେ ନିର୍ଭରଶୀଳ ଜିନିଷ ଯଥା ସ୍ମାର୍ଟ ଟିଭି, ୱାସିଂ ମେସିନ୍ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେଆକଳନ କରିଛନ୍ତି । ତେବେ ବତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଭାରତରେ ଏସବୁସାମଗ୍ରୀର ଷ୍ଟକ୍ ରହିଛି । ତେଣୁବର୍ତ୍ତମାନ ମୂଲ୍ୟ ବଢ଼ିବ ନାହିଁ ବୋଲିକୁହାଯାଉଛି ।ତେବେ ଏହା ପରେସାମଗ୍ରୀ ମୂଲ୍ୟ ବଢ଼ିପାରେ ।କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବାଯୋଗୁ ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟସାମଗ୍ରୀର ମୂଲ୍ୟ ବୃଦ୍ଧିହୋଇପାରେ । ଏମିତିକି ଦୈନନ୍ଦିନବ୍ୟବହାର ସାମଗ୍ରୀ ଉପରେ ମଧ୍ୟଯୁଦ୍ଧର କୁପ୍ରଭାବ ପଡ଼ିପାରେ ।ଏଫ୍ଏମ୍ସିଜି ସେକ୍ଟରରେସାମଗ୍ରୀର ମୂଲ୍ୟରେ ବୃଦ୍ଧିହୋଇପାରେ । ପୂର୍ବରୁ ଭାରତରେଏଫ୍ଏମ୍ସିଜି କମ୍ପାନୀଗୁଡିକ କମ୍ଚାହିଦା ସମସ୍ୟାର ସମ୍ମୁଖୀନହେଉଛନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.