ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ

149

ଭୁବନେଶ୍ୱର, ୨୬ା୧୦ (ଡିକେ ନୁ୍ୟଜ୍): ରାଜ୍ୟରେପ୍ରତିଷ୍ଠା ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ।ରାଜ୍ୟରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଆନ୍ତର୍ଜାତିକ ଚେସ୍ ଫେଡେରେସନ୍ (ଫାଇଡ୍)ପରି·ଳନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଲାଟଭିଆରପୂର୍ବତନ ଅର୍ଥମନ୍ତ୍ରୀ ମହିଳା ଗ୍ରାଣ୍ଡମାଷ୍ଟର ଦାନା ରେଜନିସ୍ଓଜାଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।ରେଜନିସ୍ ଓଜାଲା ଏବେ ଓଡ଼ିଶା ଗସ୍ତରେ ଥିବାବେଳେଚେସ୍କୁ ରାଜ୍ୟରେ ଲୋକପ୍ରିୟ କରାଇବା ଏବଂ ଯୁବଚେସ୍ ପ୍ରତିଭାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଆମେଆମ ଯୁବପିଢ଼ିଙ୍କୁ ସମସ୍ତ ପ୍ରକାର ଶ୍ରେଷ୍ଠ ସୁଯୋଗ ପ୍ରଦାନକରିବାକୁ ପ୍ରତିଶ୍ରୁତିବଦ୍ଧ । ଯୁବପିଢ଼ିଙ୍କ ବିକାଶରେ ଚେସରଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ରାଜ୍ୟସ୍ତରୀୟ ଚେସ୍ଏକାଡେମୀ ପ୍ରତିଷ୍ଠା କରିଛୁ । ଏହାସହିତ ବିଦ୍ୟାଳୟରେଚେସ୍ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀଦିନରେ ସାରା ରାଜ୍ୟରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ରପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ । ଆମେ ଫାଇଡସହଯୋଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ ବୋଲି ମୁଖ୍ୟମନ୍ତ୍ରୀଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟରେକ୍ରୀଡ଼ା ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ରେଜନିସ୍ଓଜାଲା ପ୍ରଶଂସା କରିଥିଲେ ।

Leave A Reply

Your email address will not be published.