ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି

213

ନୂଆଦିଲ୍ଲୀ: କିଛି ମାସ ଧରିଟମାଟୋର ମୂଲ୍ୟ ସାଧାରଣଲୋକଙ୍କ ଚିନ୍ତା ବଢାଇ ଦେଇଥିବା
ବେଳେ ବର୍ତ୍ତମାନ ପିଆଜର ମୂଲ୍ୟମଧ୍ୟ ଚିନ୍ତା ବଢାଉଛି । ଗତ କିଛି ଦିନହେବ ପିଆଜ ମୂଲ୍ୟରେ ରେକର୍ଡ
ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେଦିଲ୍ଲୀ ଏନସିଆରରେ ପିଆଜ ଦରଦ୍ୱିଗୁଣିତ ହୋଇଛି । ଏହା ବ୍ୟତୀତ
ବେଙ୍ଗାଲୁରୁ, ପଞ୍ଜାବ, ମୁମ୍ବାଇ ଏବଂଦେଶର ଅନ୍ୟାନ୍ୟ ସହରରେପିଆଜର ମୂଲ୍ୟ ୧୦୦ଟଙ୍କା
ପାଖାପାଖି ପହଞ୍ଚିଛି । ଖବରଅନୁଯାୟୀ ପିଆଜର ମୂଲ୍ୟ ଆହୁରିବୃଦ୍ଧି ପାଇବ ବୋଲି ଆଶା
କରାଯାଉଛି । ରବିବାରବେଙ୍ଗାଲୁରୁରେ ପିଆଜରହୋଲସେଲ ହାର କିଲୋଗ୍ରାମ ପିଛା ୭୦ ଟଙ୍କା ଥିଲା, ଯାହାକି
ଏକ ସପ୍ତାହ ପୂର୍ବରୁ ୫୦ଟଙ୍କା ଥିଲା । ଏଥି ସହିତଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୯ ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି ।
ରିପୋର୍ଟ ଅନୁଯାୟୀ, ପିଆଜ ମୂଲ୍ୟ ଆଉ କିଛିଦିନ ଉଚ୍ଚ ସ୍ତରରେ ରହିବ ଏବଂ ଏହା ୧୦୦ ଟଙ୍କା ଅତିକ୍ରମ କରି କିଲୋଗ୍ରାମ ପିଛା ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।

Leave A Reply

Your email address will not be published.