ଭାରତୀୟ ଖେଳାଳିଙ୍କୁ ସୋଏବ ଅଖତରଙ୍କ ପ୍ରଶଂସା
ନୂଆଦିଲ୍ଲୀ, ୧ା୧୧: ଚଳିତ ବିଶ୍ୱକପରେ ଭାରତଅପରାଜେୟ ରହିବା ସହ ଯେଉଁ ଭଳି ବ୍ୟାଟିଂ ଓ ବୋଲିଂରପ୍ରଦର୍ଶନ ଦେଇଛି, ସେଥିରେ ପୂର୍ବତନ ପାକିସ୍ତାନୀ ଦ୍ରୁତ
ବୋଲର ସୋଏବ ଅଖତର ପ୍ରଭାବିତ ହୋଇଛନ୍ତି । ଇଂଲଣ୍ଡବିପକ୍ଷ ଗତ ମ୍ୟାଚରେ ଭାରତ ପ୍ରଥମ ଥର ଚଳିତବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରିଥିଲା ଓ ୨୨୯/୯
ସ୍କୋର ଛିଡ଼ା କରିଥିଲା । ଇଂଲଣ୍ଡ ସହଜରେ ହାସଲକରିନେବ ବୋଲି ସମସ୍ତେ ଅନୁମାନ କରୁଥିଲେ ହେଁ,ମହମ୍ମଦ ସାମି (୪/୨୨), ଯଶପ୍ରୀତ ବୁମ୍ରା (୩/୩୨)
ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଥିଲେ । ଅଖତରତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରିବା ସହସାମି ଆସିବା ପରେ ଭାରତୀୟ ଦଳ କିପରି ଅଧିକ
ଶାକ୍ତିଶାଳୀ ହୋଇଯାଇଛି ତାହା ବର୍ଣ୍ଣନା କରିଛନ୍ତି । ସେକହିଥିଲେ, ସାମି ଓ ବୁମ୍ରା ଇଂଲଣ୍ଡକୁ ଦିଶାହୀନ କରିଦେଲେ ।ଏପରିକି ଇଂଲଣ୍ଡକୁ ନିଶ୍ୱାସ ଛାଡ଼ିବାକୁ
ବି ସମୟ ଦେଇ ନଥିଲେ । ଏହାପରେରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବବୋଲିଂକୁ ଆସି ଆହୁରି ନିର୍ଦ୍ଦୟହୋଇଯାଇଥିଲେ । ଭାରତୀୟ ଦଳ
ତାହାର ବ୍ୟାଟରଙ୍କ ପାଇଁ ମ୍ୟାଚ୍ ଜିତୁଛିବୋଲି ଲୋକମାନେ ପୂର୍ବରୁକହୁଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷରେବୋଲରମାନେ କିପରି ମ୍ୟାଚ୍ଜିତାଇଲେ ତାହା ସମସ୍ତେ ଦେଖିଲେ ।
୨୨୯ ରନକୁ ବି ଭାରତୀୟ ବୋଲର୍ ସୁରକ୍ଷିତ କରିବାରୁଅଖତର ଭାରତୀୟ ବୋଲିଂକୁ ସାଲୁ୍ୟଟ୍ ମାରିଥିଲେ ।ଭାରତୀୟ ଦଳକୁ ବିଶ୍ୱକପ୍ ଜିତିବାକୁ ହେଲେ କେବଳ୫ଟି ଭଲ ଦିନର ଆବଶ୍ୟକତା ରହିଛି । ଆଗକୁ ଶ୍ରୀଲଙ୍କା,ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ ସହିତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ଥିବା ବେଳେ ସବୁଥିରେ ଜିତିବାକୁ ·ହିବ ଭାରତ । ପରେ
ସେମିଫାଇନାଲ୍ ଓ ଫାଇନାଲ୍ ଜିତି ଭାରତ ନୂଆ କୀର୍ତ୍ତିମାନକରିପାରିବ ବୋଲି ଅଖତର ଆଶା ରଖିଛନ୍ତି । ହେଲେ ମୁଁସବୁବେଳେ ଭାରତ ସପକ୍ଷରେ ରହୁଛି ଓ ପ୍ରଶଂସା କରୁଛି
ବୋଲି ଲୋକମାନେ ମୋତେ ପ୍ରଶ୍ନ କରୁଛନ୍ତି । କିନ୍ତୁଭାରତକୁ କାହିଁକି ପ୍ରଶଂସା କରିବିନି? ୨୩୦ ରନରଲକ୍ଷ୍ୟକୁ ଭାରତ ୧୦୦ ରନ୍ ବ୍ୟବଧାନରେ ଜିତିପାରିଲା ।
ସେମାନେ ଭଲ କ୍ରିକେଟ୍ ଖେଳୁଛନ୍ତି । ତେଣୁ ଅଖତରକହିଛନ୍ତି, ସେମାନେ ସବୁପ୍ରକାରର ପ୍ରଶଂସାର ପାତ୍ର ।