ଟଙ୍କା ବଦଳ ରାକେଟରେ ଏକାଧିକ ନାବାଳକ

159

ଭୁବନେଶ୍ୱର: ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଭୁବନେଶ୍ୱର ଶାଖାରେ ୨ ହଜାର ଟଙ୍କା ବଦଳ କରିବା ପାଇଁ ଏକବିଧିବଦ୍ଧ ରାକେଟ୍ କାମ କରୁଛି । ଏହି ରାକେଟରେ ଏକାଧିକ ଦଲାଲ, ନାବାଳକ କାମ କରୁଥିବା ଜଣାପଡ଼ିଛି । ଟଙ୍କା ଆଣିବା ଠାରୁ ଆରମ୍ଭ କରି ଧାଡ଼ିରେ ଠିଆ ହେବା ପାଇଁଲୋକଙ୍କୁ ଯୋଗାଡ଼ କରିବା, ଟଙ୍କା ବଦଳାଇବାପରେ ଏହାକୁ ନାବାଳକଙ୍କ ହାତରେ ପଠାଇବାଏମିତି ଢଙ୍ଗରେ କାମ କରୁଛି ରାକେଟ୍ । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋଟିଏରାକେଟରେ ·ରି ଜଣ ଦଲାଲ୍ କାମକରୁଛନ୍ତି । ଜଣେ ଦଲାଲ ଲୋକ ଯୋଗାଡ଼କରୁଛନ୍ତି, ଅନ୍ୟ ଜଣେ ଯାହାର ଟଙ୍କା ବଦଳକରାଯିବ ତାଙ୍କ ଠାରୁ ଆଣୁଛନ୍ତି, ବଦଳ ପରେଅନ୍ୟ ଜଣେ ଦଲାଲଙ୍କ ପାଖରେ ଟଙ୍କାପହଞ୍ଚାଉଛନ୍ତି ଓ ସେହି ଟଙ୍କାକୁ ନାବାଳକଙ୍କଜରିଆରେ ଚତୁର୍ଥ ଦଲାଲ ପାଖରେପହଞ୍ଚାଯାଉଛି । ପ୍ରଥମ ଦଲାଲ ଲୋକଙ୍କୁ ଆଣିଧାଡ଼ିରେ ଛିଡ଼ା କରାଇ ଦେଉଛି । ଦ୍ୱିତୀୟଦଲାଲ ପ୍ୟାକେଟରେ ଟଙ୍କା ଆଣି ଧାଡ଼ିରେଛିଡ଼ା ହୋଇଥିଲା ଲୋକଙ୍କୁ ଧରାଇ ଦେଉଛି ।ପ୍ୟାକେଟରେ ନମ୍ବର ପକାଯାଉଛି । ଯେଉଁନମ୍ବର ପ୍ୟାକେଟରେ ଲେଖା ଯାଉଛି ସେହିସମାନ ନମ୍ବର ଲୋକଙ୍କ ହାତରେଲେଖାଯାଉଛି । ଟଙ୍କା ବଦଳ ପରେ ତୃତୀୟଦଲାଲ ପାଖରେ ପହଞ୍ଚାଯାଉଛି । ତୃତୀୟଦଲାଲ ଏହି ଟଙ୍କା ପ୍ୟାକେଟକୁ କିଛି ଦୂରରେସାଇକେଲ୍ ଧରି ଛିଡ଼ା ହୋଇଥିବା ନାବାଳକଙ୍କହାତରେ ଏହି ଟଙ୍କା ପଠାଇ ଦେଇଥାଏ ।ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଥିବା ଦଲାଲ୍ଓ ଟଙ୍କା ଦେଉଥିବା ଦଲାଲ ତୀକ୍ଷ୍ଣ ନଜରରଖିଥାନ୍ତି । ·ରି ଦଲାଲ୍ ଓ ନାବାଳକଙ୍କଜରିଆରେ ଟଙ୍କା କାରବାର ହେଉଥିବାରୁସେମାନଙ୍କ ପାଖରେ ପହଞ୍ଚିବା ଚ୍ୟାଲେଞ୍ଜହୋଇଛି । ପୂରା କାରବାରରେ ପ୍ରାୟ ୧ ହଜାରଟଙ୍କା ଖର୍ଚ୍ଚ ହେଉଛି । ଧାଡ଼ିରେ ଛିଡ଼ା ହେଉଥିବାଲୋକ ପୂର୍ବରୁ ୩ ଶହ ଟଙ୍କା ନେଉଥିବା ବେଳେଏବେ ୫ ଶହ ଟଙ୍କା ନେଉଛନ୍ତି । ସେହିପରି୪ ଦଲାଲ ଶହେ ଟଙ୍କା ଲେଖାଁଏ ଓ ନାବାଳକଶହେ ଟଙ୍କା ନେଉଥିବା ଉକ୍ତ ସୂତ୍ରରୁଜଣାପଡ଼ିଛି । ଏଭଳି ଢଙ୍ଗରେ ପୂରା କାରବାର·ଲିଥିବା ବେଳେ ଟଙ୍କା କାହାର? କେଉଁପର୍ଯ୍ୟନ୍ତ ଚେର ଲମ୍ବିଛି? ଏହି ଟଙ୍କା ଶେଷପର୍ଯ୍ୟନ୍ତ କେଉଁଠି ଲୁ·ଇ ରଖାଯାଇଥିଲା?ଏହି କାରବାର ପଛରେ କଣ ଅପରାଧିକଷଡଯନ୍ତ୍ର ରହିଛି ସେ ନେଇ ଖୋଳତାଡ଼କରୁଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧଶାଖା (ଇଓଡବ୍ଲୁ) । ସେହିପରି କଳାଧନରଖୋଳତାଡ଼ ଚଳାଇଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) । ଏହି ଦୁଇ ବିଭାଗ ପରେ ଏବେଆୟକର ବିଭାଗ ଘଟଣାକୁ ଗୁରୁତ୍ୱର ସହଗ୍ରହଣ କରିଛି । ଆୟକର ବିଭାଗର ବରିଷ୍ଠଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ରବିବାରରିଜର୍ଭ ବ୍ୟାଙ୍କକୁ ଯାଇ ସିସିଟିଭି ଫୁଟେଜ ଓବାରମ୍ବାର ଟଙ୍କା ବଦଳ କରିବାକୁ ଆସୁଥିବାଲୋକଙ୍କ ତାଲିକା ସଂଗ୍ରହ କରିଛି । ଏସମ୍ପର୍କରେ ଆୟକର ବିଭାଗ ଖୋଳତାଡ଼କରିବ । ଟଙ୍କା କେଉଁମାନଙ୍କର ଜଣାପଡ଼ିବାପରେ ଟିକସ ଫାଙ୍କି ସମ୍ପର୍କରେ ଯାଞ୍ଚକରାଯିବ । ତିନି ତିନିଟି ବିଭାଗ ତନାଘନାକରୁଥିବା ବେଳେ କି କାର୍ଯ୍ୟାନୁଷ୍ଠାନ ହେବତା ଉପରେ ସମସ୍ତଙ୍କ ନଜରଚ

Leave A Reply

Your email address will not be published.