ନୂଆବର୍ଷରେ ମୋଦୀଙ୍କ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପର ଉପହାର
ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି । ଏହି କ୍ରମରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ୍ ହାଉସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ ଆଧାରରେ ୬ ଟି ରାଜ୍ୟ ପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କ୍ରମରେ ଲାଇଟ୍ ହାଉସ୍ ପ୍ରକଳ୍ପ ପାଇଁ ଯେଉଁ ରାଜ୍ୟମାନଙ୍କୁ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ରହିଛି ଇନ୍ଦୋର, ରାଜକୋଟ, ଚେନ୍ନାଇ, ରାଞ୍ଚି, ଅଗରତାଲା ଓ ଲକ୍ଷ୍ନୌରେ ଏହି ଲାଇଟ୍ ହାଉସ୍ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହା ସହ ନିର୍ମାଣ ହେବାକୁ ଥିବା ଏହି ଘରଗୁଡ଼ିକ ଭୂକମ୍ପ ପ୍ରତିରୋଧୀ ହେବ ବୋଲି କୁହାଯାଇଛି । ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି ଇଣ୍ଡିଆ) ଅଧୀନରେ ଏହି ରାଜ୍ୟଗୁଡ଼ିକରେ ଏହି ଗୃହ ନିର୍ମାଣ ଆରମ୍ଭ ହେବ । ଏହି ଅବସରରେ PMAY ଏବଂ ASHA-India ପୁରସ୍କାର ମଧ୍ୟ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ କଥା ହୋଇଛନ୍ତି।