କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ପୂଜାରୀଗୁଡା ଗାଁ ଆଦିବାସୀ ସାହିର ଦାନା କୁଲିସିକାଙ୍କ ସାନ ପୁଅ ରହିତ କୁଲିସିକା (୧୨) ଷଷ୍ଟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ବିଷ ପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି କୌଣସି କାରଣରୁ ଅପରାହ୍ନରେ ଘରେ କେହି ନଥିବା ସମୟରେ ବିଷ ପାନ କରି ଛଟପଟ ହେଉଥିଲା । ଏହାକୁ ଦେଖି ପରିବାର ଲୋକେ ଏକ ଗାଡ଼ି ସାହାଯ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ସମ୍ୟରଞ୍ଜନ ଜେନା ପ୍ରାଥମିକ ଚିକିତ୍ସା କରି ବାଳକର ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ରହିତର ଅବସ୍ଥା ଗୁରୁତର ଅବସ୍ଥା ହେଉଥିବା ଯୋଗୁଁ କୋରାପୁଟ ମେଡିକାଲକୁ ରେଫର କରିଥିଲେ । ଆଜି ରହିତକୁ କୋରାପୁଟ ନେବାକୁ ଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା । ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସଆଇ ରଞ୍ଜନ ନାଗ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରିବାର ପକ୍ଷରୁ ଏକ ଲିଖିତ ଦେବା ପରେ ଶବ ଜବତ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ଏହାକୁ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ମୃତ୍ୟୁ ରହିତ ମାନସିକ ରୋଗୀ ଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.