ପଟ୍ଟା ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ କଲେ ୱାର୍ଡବାସୀ

158

ମାଲକାନଗିରି: ପଟ୍ଟା ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ କଲେ ବାଲିମେଳା ଏନ୍ ଏସି ର ୧୨ ନଂ ୱାର୍ଡବାସୀ । ଆଜି ଉକ୍ତ ୱାର୍ଡର ସମସ୍ତ ପୁରୁଷ ଏବଂ ମହିଳା ମାଆ ମାନେ ଏନ୍ ଏସି କାର୍ଯ୍ୟାଳୟକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ଦାବିପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଆସିଥିଲେ। ତେବେ ସେମାନଙ୍କ ଅଭିଯୋଗ ଅନୁଯାୟୀ ୱାର୍ଡ ନଂ ୧୨ ର ପଦରିଆ ସାହିରେ ୩୬ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ପ୍ରଥମତଃ ପଟ୍ଟା ବାବଦରେ ଜାଗାର ଯେଉଁ ମାପ ନିଆଯାଇଛି ତାହା ପୁନର୍ବାର ମପାଯାଉ । ଯେହେତୁ ସେମାନେ ନିଜ ନିଜର ରାସନ କାର୍ଡ ୱାର୍ଡ ଅଫିସର ପ୍ରତାପ ପଣ୍ଡାଙ୍କୁ ଦେଇଥିଲେ । କିନ୍ତୁ ୱାର୍ଡ ଅଫିସର ସେମାନଙ୍କ ରାସନ କାର୍ଡ ପଟ୍ଟା ସହ ସଂଯୋଗ କରିନାହାନ୍ତି ତେଣୁ ପଟ୍ଟା ନିମନ୍ତେ ସେମାନଙ୍କୁ ଅଧିକ ଟଙ୍କା ପୈଠ କରିବାକୁ ପଡୁଛି । ତେଣୁ ଏହି ପଟ୍ଟା ନିମନ୍ତେ ପୁନର୍ବାର ସର୍ବେକ୍ଷଣ କରାଯାଇ ସମସ୍ତଙ୍କ ରାସନ କାର୍ଡ ଉକ୍ତ ସର୍ବେକ୍ଷଣର ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି । ରାସନ କାର୍ଡ ନିମନ୍ତେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚୟନ କରାଯାଇ ପଞ୍ଜିକରଣ କରାଯାଉ ବୋଲି କହିଛନ୍ତି । ଏହାସହ ସେମାନଙ୍କ ୱାର୍ଡର ଦାୟିତ୍ୱରେ ଥିବା ଏନ୍ ଏସି ରେ କାର୍ଯ୍ୟରତ ୱାର୍ଡ ଅଫିସର ପ୍ରତାପ ପଣ୍ଡା ପଟ୍ଟା ବାବଦକୁ ନିଜ ମନ ମୁତାବକ କାହାଠାରୁ ୧୦,୦୦୦ ତ କାହାଠାରୁ ୮,୦୦୦ ଏପରି ଅର୍ଥରାଶି ନେଇଥିବା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସେହି କର୍ମଚାରୀ ଜଣକ ସବୁ ଟଙ୍କା ଫେରସ୍ତ କରନ୍ତୁ ବୋଲି ୱାର୍ଡର ସବିତା ମାଝୀ, ଝିଲ୍ଲୀ ପ୍ରଧାନ, ଉର୍ବଶୀ ନନ୍ଦ, ନମିତା ଜେନା, ରୀନା ଜେନା, ତନୁ ଦଳାଇ, ମଙ୍ଗୁଳୁ ପ୍ରଧାନଙ୍କ ସମେତ ସମସ୍ତ ୱାର୍ଡବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.