ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ପିପିଲାପଦର ଠାରେ ବ୍ଲକ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୋରୁକୋଣ୍ଡା ମେଡିକାଲ ଟିମ ପହଁଚି ସମସ୍ତଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ପାଖାପାଖି ଗ୍ରାମ ଯଥା: ଗାର୍ଡେନ ପଦର, ନୂଆଗୁଡା, ନୀଳାପାରୀ, ପେଟିଆଗୁଡା ଆଦି ସମସ୍ତ ଗ୍ରାମର ଗ୍ରାମବାସୀ ଏହି ଶିବିରକୁ ଆସି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଗାଁ ଗାଁ ବୁଲି ପଂଚାୟତ ଅଧିକାରୀ ଦେବେନ୍ଦ୍ର ନାଥ ନାୟକ ଏବଂ ଜିଆରଏସ ସୁଶୀଲ ପାଣିଗ୍ରାହୀ ସମସ୍ତଙ୍କୁ ଏହି ଶିବିରକୁ ଯିବା ନିମନ୍ତେ କହିଥିଲେ । ଏହାସହ କାଳେ କେଉଁ ଭିନ୍ନକ୍ଷମ ବ୍ୟକ୍ତି ସେହି ଅଞ୍ଚଳରେ ସରକାରୀ ସୁବିଧାରୁ ବଞ୍ଚି ରହିଛନ୍ତି ତାହା ପଚାରି ବୁଝିଥିଲେ । ତେବେ ଏହି ଭିନ୍ନକ୍ଷମ ଶିବିରରେ ଡାକ୍ତର ଆଂଶାରୀ ମାଝୀ, ସରପଞ୍ଚ ବିଶ୍ୱନାଥ ହନ୍ତାଳ, ବିଆରପି ତପସ୍ୱିନୀ ସାହୁ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶଶୀଭୂଷଣ ମହାନ୍ତି, ରାଜେଶ ଗୌଡ଼, ପିଇଓ ଦେବେନ୍ଦ୍ରନାଥ ନାୟକ, ଜିଆରଏସ ସୁଶୀଲ ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏପରି ଏକ କାର୍ଯ୍ୟକ୍ରମ କରାଯାଇଥିବାରୁ ଗ୍ରାମବାସୀ ପିଇଓ ଦେବେନ୍ଦ୍ର ନାଥ ନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.